ଶିଶୁ ହସିଲେ

0

ଶିଶୁ ହସିଲେ ଦେଶ ହସିବ
ହସିବ ଆମ ଧରା
ଝରି ପଡିବ ଅମୃତ ବାରି
ସାରା ସରଗୁ ପରା ।
ନିରିହ ମନ ନିରିହ ପ୍ରାଣ
କୋମଳ ମତି ସିଏ
କୁସୁମ କଢି ସୁନ୍ଦର ଅତି
ମନକୁ ମୋହି ନିଏ ।
ଓଠରୁ ହସ ଉଠଇ ଫୁଟି
ସରଗ ଚାନ୍ଦ ପରି
ଅତି ସୁନ୍ଦର ଚେହେରା ତାର
କିଏ ଅବା ତା’ ସରି ।
କଥାଟି ତା’ର କୋଇଲି କୁହୁ
ଲାଗଇ ଭାରି ମିଠା
ଚାହାଣି ତା’ର ଭାରି ସୁନ୍ଦର
ଗଢିଛି ଯେଉଁ ଶ୍ରଷ୍ଠା ।
ଧନ୍ଯ ଏ ଦେଶ ଧନ୍ଯ ତା’ ଶିଶୁ
ଧନ୍ଯ ଏ ଧରା ଧାମ
ଶିଶୁ ମନର ଅମାପ ଆଶା
ଭରିଛି ପ୍ରାଣେ ପ୍ରେମ ।

ଋଷଭ କୁମାର ବେହେରା
ବାରୁଆଁ, ତାଳଚେର,ଅନୁଗୋଳ

Leave A Reply

Your email address will not be published.

15 + 12 =