ନିର୍ମାଲ୍ୟ

0

ଜୟ ଜଗନ୍ନାଥ ରୋଚକ ତଥ୍ୟ ଏ
ଭାବରେ ଭକତ ଶୁଣ
ଜଗନ୍ନାଥ ରୋଷ ଘରରେ ଚାଉଳ
ଅମୁଣିଆ ଅର୍ଣ୍ଣ ଜାଣ ।

ଅମୁଣିଆ ରନ୍ଧା ହୋଇଲେ ହୁଅଇ
ଅର୍ଣ୍ଣ ବୋଲି ଯା କୁହଇ
ରୋଷଘରରୁ ସେ ଆସିଲେ ବାହାରି
ଛେକ ନାମ ଯେ ବୋଲଇ ।

ଭୈରବୀ ଚକ୍ରରେ ରହିଲେ ସେ ଛେକ
ତାଙ୍କୁ ବୋଲାଯାଏ ଭୋଗ
ତିନିଠାକୁରଙ୍କ ପାଖରେ ଲାଗିଲେ
ହୋଇଯାଏ ସେ ନୈବେଦ୍ୟ ।

ନଇବେଦ୍ୟ ଯାଇ ବିମଳା ମା ପାଖେ
ହୋଏ ସେ ମହାପ୍ରସାଦ
ପଞ୍ଚ ପରମେଶ୍ଵ ରଙ୍କର କୈବଲ୍ୟ
ଅଟଇ ମହାପ୍ରସାଦ ।

ଭୋଗମଣ୍ଡପରେ କୈବଲ୍ୟକୁ ଖାଇ
ବୋଲନ୍ତି ଅବଢ଼ା ଏଇ
ଯାହାକୁ ଶୁଖାଇ ନିର୍ମାଲ୍ୟ କୁହଇ
ତରିଯାନ୍ତି ତାକୁ ପାଇ ।

ଦୁର୍ଯ୍ୟୋଧନ ଭୂତିଆ

Leave A Reply

Your email address will not be published.

4 × four =