ଶଙ୍କା ଲାଗୁଛି ମନେ

0

କଳା ବିଲେଇଟା ଆସିଲା ଧାଇଁ
ଡାକ ଛାଡ଼ିଲା ସେ ମୋ ମୁହଁ ଚାହିଁ
ଶଙ୍କା ଲାଗୁଛି ମନେ
ମତେ ଘେନିଯିବ ଯମ ଭୁବନେ
କି ଯମ ଭୁବନେ
ଶଙ୍କା ଲାଗୁଛି ମନେ ।

ଜଗିବସିଅଛି ଶାଗୁଣା ଚାଳେ
ଖୁମ୍ପିବ ମତେ ବିପଦ ବେଳେ
ଶଙ୍କା ଲାଗୁଛି ମନେ
ମତେ ଘେନିଯିବ ଯମ ଭୂବନେ
କି ଯମ ଭୂବନେ
ଶଙ୍କା ଲାଗୁଛି ମନେ ।

ଦକ୍ଷିଣ ନୟନ ସ୍ପୁରୁଛି ଦେଖ
କରିଛି ଯେଣୁ ମୁଁ ଅନେକ ପାପ
ଶଙ୍କା ଲାଗୁଛି ମନେ
ମତେ ଘେନିଯିବ ଯମଭୂବନେ
କି ଯମଭୂବନେ
ଶଙ୍କା ଲାଗୁଛି ମନେ
ପେଚା ରାବ ଏବେ ଦେଲାଣି ପୁଣି
ଯମଦୂତ କିସେ ଆସିଗଲେଣି
ଶଙ୍କା ଲାଗୁଛି ମନେ
ମତେ ଘନିଯିବ ଯମଭୂବନେ
କି ଯମଭୂବନେ
ଶଙ୍କା ଲାଗୁଛି ମନେ ।

ପାପ ମନ ପାପ କରିଛି ଯେତେ
ଚିତ୍ରଗୁପ୍ତ ନିଜେ ଲେଖିଛି କେତେ
ଶଙ୍କା ଲାଗୁଛି ମନେ
ମତେ ଘେନି ଯିବ ଯମ ଭୂବନେ
କି ଯମ ଭୂବନେ
ଶଙ୍କା ଲାଗୁଛି ମନେ ।

ଦୁର୍ଯ୍ୟୋଧନ ଭୂତିଆ
ଛେଣ୍ଡିପଦା

Leave A Reply

Your email address will not be published.

7 + 12 =