ଅବତରି ଯାଅ ମାଆ

0
ଧରା ଧାମେ ଥରେ ଅବତରି ଯାଅ
ଦେଖିଯାଅ ମା' ଆମ ଦୁର୍ଗତି,
ଆମରି ମୁଣ୍ଡ ରେ ସବାର ହୋଇଛି
କାହିଁ କୁଢ଼ କୁଢ଼ କେତେ କୁନୀତି ।।

                 ମୂର୍ତ୍ତିକା ମୂର୍ତ୍ତି ରେ ହୁଅ ବିରାଜିତ
                  ଲୁଚି ଲୁଚି ଦେଖ ଆମ କୁମତି
                   ସଶରୀର ଧରି ଯଦିବା ଆସିବ
                   କେବେ ଧରିବନି ସେ ପୁରୁଣା କାତି ।।

ମହିଷ ଧରିଛି ଆଧୁନିକ ଅସ୍ତ୍ର
ଚଣ୍ଡ ମୁଣ୍ଡ ପାଶେ ରହିଛି ବୋମା,
ଖଣ୍ଡା ଓ ଖର୍ପର କାମ କରିବନି
ତାଙ୍କ ବର୍ବରତା ଲଂଘୁଛି ସୀମା ।।

                    ଛବିନା ବେବିନା ନିର୍ଭୟା କହିବେ
                     କେତେ ବର୍ବରତା ତାଙ୍କର ସୀମା,
                     ରାବଣ, ମହିଷ,ଚଣ୍ଡ, ମୁଣ୍ଡ ଆଦି
                      ତାଙ୍କର ସମାନ ନ ହେବେ ଯମା ।।

ସିଦ୍ଧି ପ୍ରସାଦ ସାହୁ
ସମ୍ପାଦକ,ପ୍ରତିବିମ୍ବ

Leave A Reply

Your email address will not be published.

20 − seven =