କି ସୁନ୍ଦର ଦେଖ ପୀରତି
ତରୁ ଲତା ମଧ୍ୟରେ,
ଘନ ବନାନୀ ଓ ଝରଣା
ପ୍ରୀତି କହେ କାନ ରେ ।
ଅଭେଦ୍ୟ ପ୍ରୀତି ରେ ନ ଆସେ
କେବେ ଭଟ୍ଟା ଏଠାରେ,
ଏମନ୍ତ ଶୋଭା କୁ ନିନ୍ଦିଣ
ପ୍ରିୟା ଲୋଟେ ମୋ କୋଳେ,
ତୁମ ଆମ ପ୍ରେମ ମଧୁର
ନାହିଁ ଉପମା ବାରେ ।
ନଦୀ ସେପାଖର ଚକୋରୀ
କହେ ଶୁଣ ଚକୋରା,
ତୁମର ମଙ୍ଗଳ ଚିନ୍ତିଣ
ସୁଖ ନ ଚିନ୍ତେ ପରା ।।
ତୁମେ ହେଲେ କାୟା ଅଟଇ
ମୁହିଁ ତୁମରି ଛାୟା,
କେତେ ସୁହାଗ ରେ କହଇ
ମୋର ରୂପେଶୀ ପ୍ରିୟା ।
ତୁମ ସୁଖ ପାଇଁ ତେଜିବି
ମୁହିଁ ମୋହର କାୟା ।।
କହୁ କହୁ ଟିକେ କହିଲି
ସିଏ କେଡେ ସୁନ୍ଦରୀ,
ଚାଲିଗଲେ ସିଏ ଫୁଟଇ
ସ୍ଥଳ ଭାଗରେ କଇଁ ।
ପ୍ରିୟା ସୁନାନାକୀ ଫୁଲେଇ
ଧରି ଧନୁ ଶୟଳେ
ବାକ୍ୟବାଣ ତାଙ୍କ ଭେଦିଲା
ମୋର ମର୍ମ ଗହଳେ,
ଶର ଶଯ୍ୟା ରେ ମୁଁ ପଡ଼ିଣ
ଭାରି ହୀନସ୍ତା ହୁଏ ।
ଏକ ପତ୍ନୀ ବ୍ରତୀ ହୋଇବା
ଆମ ସଂସ୍କୃତି କହେ ।।
ସିଦ୍ଧି ପ୍ରସାଦ ସାହୁ, ସମ୍ପାଦକ ପ୍ରତିବିମ୍ବ