କେତେ ଆଶା କରେ ଏକ କୋଣାରକ
ଗଢିବି ମୁଁ ଧରାପରେ,
କେମିତି ଗଢିବି ଚିନ୍ତା କରେ ମୁହିଁ
ଶିଳ୍ପୀ ନୁହେଁ ମୁହିଁ କେବେ।
ଧରି ଜାଣେନି ମୁଁ ନିହଣ ମୁଗର
ଶିଳ୍ପୀ ଶାସ୍ତ୍ର ପଢିନାହିଁ,
ବ୍ୟଥିତ ହୃଦରେ ବେଳାଭୂମି ରେ ମୁଁ
ବସିଲି ବିଷାଦ ହୋଇ।
ଚମକି ଦେଖିଲି ବିଶୁ କହୁଛନ୍ତି
କାହିଁକି ବସିଛ ଶିଳ୍ପୀ
ଶବ୍ଦ ର ବିନ୍ଧାଣୀ ଶବ୍ଦ ରେ ଶବ୍ଦ ରେ
ଗଢିଅଛ କୋଣାରକ
ପ୍ରତି ଶବ୍ଦ ମୋର ମନ କୁ ଛୁଉଁଛି
ସତେ କି ମଣି ମାଣିକ ।।
ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ ପ୍ରତିବିମ୍ବ