ତୁମ କୁ ମୁଁ ପ୍ରିୟା ଦଣ୍ଡେ ଛାଡେ ନାହିଁ
ତୁମେ ଥାଅ ମୋର ପାଶେ,
ମୋ ବକ୍ଷ ସ୍ଥଳରେ କାନ ଦେଇ ଶୁଣ
ତୁମ ନାମ ଖାଲି ଘୋଷେ ।।
ପ୍ରତିଟି ସ୍ପନ୍ଦନ ତୁମ ନାମ କୁହେ
ଦୃଶ୍ୟ ହୁଅ ପ୍ରତିକ୍ଷଣ
ପଦ୍ମ ଗନ୍ଧ ପରି ତୁମର ସୁଗନ୍ଧ
ମୋ ମନ କୁ କରେ ହରଣ ।।
କର୍ଣ୍ଣ ରେ ମୋହର ନିନାଦିତ ହୁଏ
ତୁମ ସେହି “ଏଇ” ଡାକ
ଆଖି ବୁଜିଦେଲେ ମୋତେ ଦୃଶ୍ୟ ହୁଏ
ମୁକ୍ତା ଝରା ହସ ଟିକ ।।
କେଉଁଠି ରହିଛ କିପରି କହିବି
ମନ ମନ୍ଦିରରେ ମୋର
ଚିନ୍ତା ଚେତନା ରେ ତୁମେ ରହିଅଛ
କହିବା କି ଦରକାର ?
ସିଦ୍ଧି ପ୍ରସାଦ ସାହୁ,ସମ୍ପାଦକ ପ୍ରତିବିମ୍ବ