ଆପଣାର

0

ଅତି ଆପଣାର ଛାଇ ମୋର ଅଟେ
ଛାଡେ ନାହିଁ କେବେ ପାଶ
କିନ୍ତୁ ମୁଁ ଗଲା ପରେ ସେ ଆଉ ନଥିବ
କାହିଁ ନଥିବ ତା ଠାବ ।

ମୁଁ ଗଲାପରେ ଥିବ କର୍ମଫଳ
କିଏ ବା କହିବ ଭଲ
ଆଉ କିଏ ଅବା
ନାକ ଟେକି ଦେଇ
କହିଦେଉଥିବ
କରୁଥିଲା କେତେ ଛଳ ।

କର୍ମ ମୋ ନିଜର, କର୍ମ ଆପଣାର
ଦିଏ ମୋତେ ସୁଖ ଦୁଃଖ।
ମୋର କଲା କର୍ମ କେବେ ବା ହସାଏ
ଢାଳି ଦିଏ ଅବା ଅସରା ଅସରା ଲୁହ ।

Leave A Reply

Your email address will not be published.

3 × 5 =