ଏ ସଂସାର ପଥ ବଡ଼ ବିଷମୟ
ଚାଳିବାଟା ଭାରି କଷ୍ଟ
ହେ ନନ୍ଦ ନନ୍ଦନ ତୋ ଆଲୋକ ପାଇ
ଚାଲୁଥିବି ଏହି ବାଟ,
କାଳିଆ ରେ ସୁଗମ ହେବ ମୋ ବାଟ ।
ଗଂଠୁଲି ମୋହର ଭାରି ହୋଇଅଛି
ହିଂସା,ଦ୍ୱେଷ,ଘୃଣା ଥାଇ
ରହ ରେ କାଳିଆ,ସେ ଗଂଠୁଲି ଥୋଇ
ଧରିବି ତୋ ଜପାମାଳୀ,
କାଳିଆ ରେ ଜପିବି ତୋ ଜପାମାଳୀ ।
ଶୟନେ ସ୍ବପନେ ତୋତେ ମୁଁ ଦେଖିବି
ତୋ ଠାରେ ରଖିବି ଲୟ
ଶମନ ସଦନ ମୋହଠାରେ କେବେ
ନଥିବ ତ ପୁଣି ଭୟ
କାଳିଆ ରେ ରଖିବି ତୋ ଠାରେ ଲୟ ।
ସିଦ୍ଧି ପ୍ରସାଦ ସାହୁ ସମ୍ପାଦକ “ପ୍ରତିବିମ୍ବ”