ସନ୍ଥ-କବି

0

କବି କୁଳ ଚାନ୍ଦ ଆହେ ଭୀମଭୋଇ
ଅମୀୟ ଝରଇ ପଦୁ ତୁମର
ଓଡ଼ିଆ ଭାଷା ତ ହେଲା ବିଶ୍ଵଜୟୀ
ପାଇଣ ତୁମର କାଉଁରୀ କର l

ଓଡ଼ିଆ ସଂସ୍କୃତି କେତେ ତ ମହାନ
ସ୍ତୁତି ଚିନ୍ତାମଣି କରେ ବୟାନ,
ନିଜ ଜୀବନକୁ ନର୍କରେ ପକାଇ
ବିଶ୍ଵହିତବାଞ୍ଚି ହେଲ ମହାନ I

ବିଶ୍ୱଘୋଷି ହେଲା ତୁମ ମହାନତା
ସନ୍ଥକବି ନାମେ ହେଲ ପୂଜିତ,
ସମାଜ କୁ ନୂଆଁ ନୂଆଁ ମତ ଦେଇ
ସଂସ୍କାରକ ନାମେ ହେଲ ବିଖ୍ୟାତ I

ଜାତିକୁ ଖୋଜିଲେ ନମିଳେ ମୁକତି
କାନେ କାନେ ତମେ କହିଣ ଦେଲ,
ଜାତି ଭେଦ ଭାବ ପାଚେରୀ ହଟେଇ
କେତେତ ମହାନ କାରମ କଲ I

ନାରୀ ଜାଗରଣେ ଧରି ରାଧାଭାବ
କହିଲ ପୁରୁଷେ ନାରୀ ଧର୍ମ ଦେବ,
କଳିଯୁଗ ଯାଇ ସତ୍ୟ ଉପୁଜିବ
ଏ ମହାନ ବାଣୀ ଘୋଷୁଥିବ ଭବ l

ବିଭୁକୃପା ଯିଏ ଟିକେ ଲଭିଥିବ
ମନୁ ମଣ୍ଡଳର ସଭା ବଖାଣିବ
କେଉଁ ଭାବ ନେଇ କିପରି ବର୍ଣ୍ଣିଛ
ଜାଣିବାକୁ କିଏ ସାମର୍ଥ୍ୟ ବା ହେବ l

ଆହେ କବିକୁଳ ଚାନ୍ଦ ଭୀମଭୋଇ
ତୁମର ପୟରେ ମାଗେ ଶରଣ
ମହିମା ଅଲେଖ ନାମ ଭଜିବାକୁ
ମରଣ ବେଳକୁ ଆସୁ ସ୍ମରଣ l

ସିଦ୍ଧି ପ୍ରସାଦ ସାହୁ ସମ୍ପାଦକ “ପ୍ରତିବିମ୍ବ”

Leave A Reply

Your email address will not be published.

six + four =