ମାୟା

0

ଶବ ପାଇଁ ମୋର ଚିତା ସଜାଅନା
ସଜାଡ଼ିବା ଅଟେ ମନା
ମାରିବା ପୂର୍ବରୁ ହୋଇଅଛି ଦଗ୍ଧ
ହୋଇ ମୁଁ ମାୟାରେ ମୁଗ୍ଧ ।

କବର ଖୋଳିଲେ ଲାଭ ଅବା କ’ଣ ?
ହନ୍ତସନ୍ତ ସଦା ପ୍ରାଣ,
ସଦା ଚିନ୍ତାନଳେ ଜଳି ଜଳି ମୁହିଁ
ପିଣ୍ଡ ପ୍ରାଣ ନାହିଁ ଥୟ ।

ଜଳନ୍ତା ଅଙ୍ଗାର ସମ ହୋଇଅଛି
ବିଷୟା ବିଷ ରେ ରଖି ରଖି ସଦା ଲୟ ।
ମରି ମରି ଏଠି ବଂଚି ଅଛି ମୁହିଁ
ସାଜି ଏ ଜୀବନ୍ତ ଶବ
ତଥାପି ଶବ ର ଛାଡୁନାହିଁ ମୋହ
ମାୟା ସଂସାର ର ଭାବ ।


ସିଦ୍ଧି ପ୍ରସାଦ ସାହୁ

Leave A Reply

Your email address will not be published.

12 + 10 =