କାସତଣ୍ଡି ହସୁଛି

0

କାସତଣ୍ଡି ହସୁଛି ମା’ ଙ୍କ ବାରତା ଶୁଣି
ଖୁସିରେ ସେ ନାଚୁଛି,,,,।
ପାର୍ବଣ ଙ୍କୁ ସାଥେ ନେଇ ମା ମୋର ଆସିବେ
ଆନନ୍ଦ ଉଲ୍ଲାସ ଭରି ,
ଘରେ ଘରେ ପୂଜା ପାଇବେ….।
ସଜହେବ ପୁରପଲ୍ଲୀ ପୂଜାମଣ୍ଡପ ସଜହେବ
ପିଠାପଣା ମହକରେ,
ଚଉଦିଗ ବାସିବ….।

କେତେ ଆଶା କେତେ ନିଶା କେତେ ପୁଣି ଭରସା
ମା ଙ୍କ ଆସିବା ନେଇ,
ମନେ ଭରେ ସହସା…..।
ସ୍ୱପ୍ନ ଭରେ ମନରେ ଶକ୍ତି ଭରେ ଅନ୍ତରେ
ଅଧର୍ମ ଅସତ୍ୟ ନାଶ,
ହେବ ମା ପୂଜାରେ….।

ଶକ୍ତି ସ୍ୱରୂପିଣୀ ମୋର ପୁଣିଥରେ ଆସୁଛି
ଅଭୟ ଆଶୀଷ ଦେବ,
ମନ ମୋର କହୁଛି….।
କାସତଣ୍ଡି ହସୁଛି,
ମା ଙ୍କ ବାରତା ଶୁଣି ଖୁସିରେ ସେ ନାଚୁଛି….।


ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ

Leave A Reply

Your email address will not be published.

two + 17 =