ଚନ୍ଦନ ସୁବାସ ପ୍ରଭୁଙ୍କ ପସନ୍ଦ
ଫୁଲ ସାଥେ ଚନ୍ଦନ ଯେ ଖୋଜା
ଚନ୍ଦନେ କର୍ପୂର ମିଶାଇ ସତ୍ୱର
ହୋଇଥାଏ ପ୍ରଭୁଙ୍କର ପୂଜା…..।
ଚନ୍ଦନେ ଅତର ଚନ୍ଦନ ଧୂପର
ଚଉଦିଗ ଚହଟଇ ବାସ
ଚନ୍ଦନେ ମିଶେଇ ରଙ୍ଗର ଅବିର
ରାଧା ମାଧବ କରନ୍ତି ରାସ…।
ଚନ୍ଦନରେ ଚୁଆ ସିନ୍ଦୂର ମିଶାଇ
ମୁଖେ ଲଗାନ୍ତି ମଙ୍ଗଳା ମାତା
ଭୋଳାନାଥ ମହେଶ୍ୱର ମୋ ପ୍ରଭୁ ଙ୍କୁ
ଚନ୍ଦନ ଯେ ଦିଏ ଶୀତଳତା…..।
ଚନ୍ଦନ ମଥାରେ ଦେଲେ ତ ଲଗାଇ
ଦିନସାରା ମୁଣ୍ଡରହେ ଥଣ୍ଡା
ଚନ୍ଦନ ଗୋଟିଏ ଅମୁଲ୍ଯ ରତନ
ଦେଇଛି ଆମ ଧରିତ୍ରୀ ମାତା…..।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ