ଯେଉଁ ଦେଶର ସାହିତ୍ୟ ଯେତେ ବଳିଷ୍ଠ ସେ ଦେଶ ସେତେ ଉନ୍ନତ ।ଇଂଲିଶ ଭାଷା ବଳିଷ୍ଠ ଯୋଗୁଁ ସେ ଦେଶ ସମଗ୍ର ବିଶ୍ୱକୁ ନିଜ ଅଧିନ କୁ ଆଣି ପାରିଥିଲା ଓ ସେ ଭାଷା ଆଜି ଆନ୍ତର୍ଜାତିକ ଭାଷା ର ମାନ୍ୟତା ପାଇଛି। ଆମ ମାତୃଭାଷା ଓଡ଼ିଆ ର ଉନ୍ନତି ପାଇଁ ନବ ବର୍ଷ ୨୦୨୧ ର ଆଦ୍ୟ ଦିବସ ର ବାଳାରୁଣ ର ପ୍ରାଚୀ ଗଗନ ରେ ସ୍ୱଜ୍ୟୋତି ର ବିକିରଣ ସହିତ “ପ୍ରତିବିମ୍ବ” ଉପରେ ମଧ୍ୟ ଶୁଭାଶିଷ ପ୍ରଦାନ କରିଛନ୍ତି।
ପ୍ରତିବିମ୍ବର ପ୍ରତ୍ୟକ ଟି ପୃଷ୍ଠା ସାହିତ୍ୟ, ଇତିହାସ, କ୍ରୀଡା, ସ୍ୱାସ୍ଥ୍ୟ ଓ ସମାଜ ର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିତ୍ୱ ମାନଙ୍କ ସାକ୍ଷାତକାର ପ୍ରକାଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଶା ତ ଅନେକ । ଲକ୍ଷ୍ୟ ହାସଲ ପାଇଁ ଭଗବାନଙ୍କ ଆଶୀର୍ବାଦ ଓ ଲେଖକ, ପାଠକ ବୃନ୍ଦଙ୍କ ଶୁଭାଶିଷ ହେଲେ ଆଜି ଜନ୍ମ ଲାଭ କରିଥିବା ପ୍ରତିବିମ୍ବ ଭବିଷ୍ୟତରେ ସମାଜ ଓ ସାହିତ୍ୟର ପ୍ରକୃତ ପ୍ରତିବିମ୍ବ ହୋଇପାରିବ ।