କାହ୍ନୁ ତୁମେ ଆସିବ କି

0

ମୋ ଘର ଅଗଣା ରଖିଛି ମୁକୁଳା
କାହ୍ନୁ ତୁମେ ଆସିବ କି
ବାଡିରୁ ତୋଳିଛି ସଜ ତୁଳସୀ ମୁଁ,
ଦୟଣା ସାଥେ ମିସେଇ I

ଗଙ୍ଗାଜଳ ଛିଞ୍ଚି ଘର ମୋର ଶୁଦ୍ଧ,
କରିଛି ତୁମରି ପାଇଁ
ସର ଲବଣୀ ମୁଁ ରଖିଛି ଯତନେ,
ତୁମକୁ ଦେବି ଭୂଞ୍ଜାଇ I

ମୟୁର ଚନ୍ଦ୍ରିକା କିଣି ମୁଁ ଆଣିଛି,
ଖୋଷିଦେବି ତୁମ ମୁଣ୍ଡେ
ତୁମ ଦରଶନ ପାଇଁ କଳା କାହ୍ନୁ,
ହରିନାମ ଥିବ ତୁଣ୍ଡେ ।

ତୁମ ପାଇଁ ଦୀପ ଜାଳି ମୁଁ ରଖିଛି,
ଅଗଣା ଚଉରା ମୂଳେ
ତୁଳସୀରାଣୀକୁ ଦେଖି କାଳେ ପ୍ରଭୁ,
ଅଟକି ଦେଖିବ କ୍ଷଣେ,,,,।

ଗୀତ ଗୋବିନ୍ଦ ମୁଁ ଗାଇବି କହ୍ନେଇ,
ଜୟଦେବଙ୍କୁ ଧ୍ୟାୟୀ
ସତେକି ଆସିବ ମୋହନ ସୁନ୍ଦର,
ମୋ ଘରକୁ ବିଜେହୋଇ ।

ସାଙ୍ଗରେ ଆଣିବ ତୁମ ମାଧବୀ କୁ,
ମୋ କଥା ମନେପକେଇ
ମୋ ଘର ହୋଇବ ସ୍ୱର୍ଗସମ ସତେ,
ରାଧା ମାଧବଙ୍କୁ ପାଇ ।

ପୁଷ୍ପାଞ୍ଜଳି ରାଉତ
ମହିଷାପାଟ,ଢେଙ୍କାନାଳ

Leave A Reply

Your email address will not be published.

14 − six =