ରାଗିଛ କି ତୁମେ ବର୍ଷା

0

ଆଦ୍ଯ ଆଷାଢରେ ଆସିଥିଲ ତୁମେ,
ରଜପରବକୁ ନେଇ
ରିମ୍ ଝିମ୍ ହୋଇ ନାଚୁଥିଲ ତୁମେ,
ମଧୂର ମୁର୍ଚ୍ଛନା ଦେଇ….।
ଶ୍ରାବଣ ରେ ତୁମେ ଗଲତ ନିରବି,
କଷଣ ଦେଲ କୃଷକେ
ସାରି ଦେଲ ସବୁ ଆଶା ଆକାଂକ୍ଷା କୁ,
ହାତଦେଲା ଚାଷି ମୁଣ୍ଡେ….।

ଭାଦ୍ରବେ ଆସିଲ ଏମିତି ଭାବରେ,
ଦେଖି ତ ନଥିଲୁ କେବେ
ଭିଜେଇ ଦେଇଛ ଏମିତି ତୁମେତ,
କ୍ଷତ ଦେଇଗଲ ସର୍ବେ….।
କାହିଁକି ରାଗିଛ ତୁମେ ଗୋ ବରଷା,
କି ଭୁଲ୍ କଲୁ କି ଆମେ
ତୁମବିନା ଆମେ ବଞ୍ଚିକି ପାରିବୁ,
ଜଳ ଦାନ କର ତୁମେ….।

ଅଧିକ ଜଳରେ ସୃଷ୍ଟି ହେବ ନାଶ,
ତୁମେ ପରା ସବୁ ଜାଣ
କାହିଁକି କରିଛ ଏତେ ଅଭିମାନ,
ଭୋଗୁଛୁ ଆମେ କଷଣ…..।
ତୁମ ଆଗମନେ ପୁଲ୍ଲକିତ ମନ,
ଆନନ୍ଦେ ହେଉ ବିଭୋର
ତୁମ ଝିପ୍ ଝିପ୍ ଶବ୍ଦ ଭଲଲାଗେ,
ତା ସ୍ୱର ବଡ ମଧୂର….।

ଭଲଲାଗେ ନାହିଁ ତୁମର ତାଣ୍ଡବ,
ଭୟ ପାଉ ଆମେ ମନେ
ପ୍ରଳୟ ପ୍ରଖର ରୂପ ତୁମ ଦେଖି,
ମନରେ ଆଶଙ୍କା ଜନ୍ମେ….।
ଏମିତି କାହିଁକି କର ତୁମେ ସତେ,
କରୁଛ କି ତୁମେ ଇର୍ଷା
ଅଭିମାନ ଭରା ତୁମ ଜଳ ଧାରା,
ରାଗିଛ କି ତୁମେ ବର୍ଷା …।

ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ

Leave A Reply

Your email address will not be published.

seventeen + eighteen =