ସମୟ ବଦଳି ଗଲା

0

ବିଦେଶୀ ମାନନ୍ତି ଆମରି ସଂସ୍କୃତି,
ଆମେ ପରା ଭୁଲିଯାଉ
ସେମାନେ ପିନ୍ଧନ୍ତି ଆମରି ପୋଷାକ,
ଆମେ ଚିରା ଜିନ୍ସ୍ ପିନ୍ଧୁ…. ।

ସେମାେନ ଶିଖନ୍ତି ଆମରି ଓଡିଶୀ,
ଆମେ ହିପ୍ ହପ୍ ଶିଖୁ
ପ୍ରଣାମ କରନ୍ତି ହାତଯୋଡି ସିଏ,
ହାଏ ହାଲୋ ଆମ ମୁଖୁ….।

ଜୟ ଜଗନ୍ନାଥ ବିଦେଶୀ କହନ୍ତି,
ଆମରି ତୁଣ୍ଡରେ ନାହିଁ
ବାରମାସେ ତେର ପରବ ଆମର,
ଦେଖି ଆସନ୍ତି ସେ ଧାଇଁ….।

ଆମ ଭୁଲିଯାଉ ଆମ ରୀତି ନୀତି,
ବିଦେଶୀ ଙ୍କ ମନେ ଥାଉ
ମୁଣ୍ଡରେ ତାଙ୍କର ଚନ୍ଦନ ତିଳକ,
ଆମ ମୁହଁ ଖାଲିଥାଉ….।

ସିଏ କହିଲେଣି ଆମରି ଓଡିଆ,
ଆମେ ତ ଇଂଗ୍ରାଜୀ ବକୁ
ପରଦେଶୀ ଭାଷା ପର ବେଶଭୁଷା,
ଭଲ ଲାଗେ ତ ଆମକୁ….।

କିଛିଦିନ ପରେ ଭୁଲିଯିବା ଆମେ,
ଆମ ନିଜ ମାତ୍ରୁ ଭାଷା
ଏମିତି ନହେଉ ଅନୁକରଣ ରୁ,
ହେବା ଦିନେ ଲୋକହସା….।


ପୁଷ୍ପାଞ୍ଜଳି ରାଉତ
ଢେଙ୍କାନାଳ ,ମହିଷାପାଟ

Leave A Reply

Your email address will not be published.

fifteen − 8 =