ସିନ୍ଦୂକେ ସାଇତି ଧନ ରଖିଥିଲେ,
ଦିନେ ନିଶ୍ଚେ ସରିଯିବ
ପୁଣ୍ୟ ଅରଜିଲେ ଧର୍ମ କର୍ମ କରି,
ସଦା ସାଥେ ରହିଥିବ,,,,,।
ଶେଷ ଯାତ୍ରା ବେଳେ ଧନ ରହିଯିବ,
ପୁଣ୍ୟ ସାଥେ ଚାଲୁଥିବ
ପ୍ରିୟ ପରିଜନଙ୍କର ଥିବ ମନେ,
ଧନ କେତେ ଭାଗହେବ,,,।
ଆହା କରିବାକୁ କହାରି ପାଖରେ,
ନଥିବ ଚିନ୍ତା ତାଙ୍କର
ମୋର ମୋର ବୋଲି ଯାହା କହୁଥିଲୁ,
ସାଥିରେ ନଯିବେ ତୋର,,,।
ପର ଉପକାର ଯଦି କରିଥିବୁ,
ସ୍ୱାର୍ଥକୁ ପଛେ ପକାଇ
ସେହି ଉପକାରି ମଣିଷ ଆଖିରୁ,
ବହିବ ଲୁହତୋ ପାଇଁ,,,,,।
ସବୁ ଜାଣି ଶୁଣି ମୋହ ଗ୍ରସ୍ତ ପୁଣି,
ମଣିଷ କାହିଁକି ହୁଏ
ସବୁବେଳେ ଧନ ପଛରେ ଗୋଡାଇ,
ଧର୍ମ କର୍ମ ଭୁଲିଯାଏ,,,,,,।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ ,ଢେଙ୍କାନାଳ