ସମ୍ପର୍କ ଡୋରୋରେ ଅତୁଟ ବନ୍ଧନେ,
ସାତଜନ୍ମ ପାଇଁ ବାନ୍ଧି
ହାତକୁ ହାତରେ ବିଶ୍ୱାସ ଭରସା,
ଯେଉଁ ଗଣ୍ଠି ଦିଏ ଛନ୍ଦି…….||
ଦୁଇ ପରିବାରେ ଯୋଡିଦେଇଥାଏ,
ସିଏ ଯୁଗଯୁଗ ପାଇଁ
ଶକ୍ତ ସ୍ନେହ ଡୋର ଶାନ୍ତି ମୈତ୍ରି ର,
ସାଥେ ଯୋଖି ଦେଇଥାଇ……||
ତାପାଇଁ ମିଳଇ ନୂଆ ପରିଚୟ,
ନୂଆ ନୂଆ କେତେଡାକ
ସଂସ୍କାର ସଣ୍ଠଣା ନାରୀ ଟି ଶିଖଇ,
ପୁରୁଷ ନିଏ ଦାୟୀତ୍ୱ……||
ପ୍ରୀତିର ମହକ ସୁନ୍ଦର ଦାମ୍ପତ୍ୟ,
ଦିଏ ମନେଭରି ତୃପ୍ତି
ଦୁଇଟି ଶରୀର ଗୋଟିଏ ଜୀବନ,
ସାତ ଜନ୍ମପାଇଁ ସାଥୀ……||
ସୁଖ ଦୁଃଖ ଭଲ ମନ୍ଦ ହୋଇଯାଏ,
ଅଧା ଅଧା ପରା ବାଣ୍ଟି
ଭଲଭାବେ ଦୁହେଁ ଦୁହିଁଙ୍କୁ ବୁଝିଲେ,
ସୁନ୍ଦର ଦାମ୍ପତ୍ୟ ସ୍ରୁଷ୍ଟି
ସ୍ନେହ ମମତାରେ ସଭିଁଙ୍କୁ ବାନ୍ଧିଲେ,
ଘରହୁଏ ସ୍ୱର୍ଗପୂର
ଦୁଇ ପରିବାରେ ସମାନ ଭାବରେ,
ନେଇ ଚାଲୁଥିବ ବାଟ….||
ଜୀବନ ହୁଇଅ ସରସ ସୁନ୍ଦର,
ପାଇଲେ ଉତ୍ତମ ସାଥୀ
ଦୁଇମନ ଏକ ହୋଇଯାଏ ପରା,
ଯେବେପଡେ ହାତଗଣ୍ଠି……||
ହାତଗଣ୍ଠି ନୁହେଁ ସାଧାରଣ ଗଣ୍ଠି,
ସହଜରେ ତୁଟେନାହିଁ
ସାଥିହେବା ଲାଗି ଦିଏ ବାନ୍ଧିସିଏ,
ଜନ୍ମ ଜନ୍ମାନ୍ତର ପାଇଁ…..||
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ,ଢେଙ୍କାନାଳ