ସବୁ ବାପ ପାଇଁ ତାଙ୍କ କନ୍ୟା ପରା
ଘରର ରାଜନନ୍ଦିନୀ
ଗରିବ ହେଉ କି ହେଉ କୋଟି ପତି
ଭାରି ଶ୍ରଦ୍ଧା ରେ ପାଳନ୍ତି………..||
ବାପ ଘରେ ମିଳେ ସବୁ ସୁଖ ଶାନ୍ତି
ଯାହାର ଯେମିତି ଅଛି
ବୋହୂ ହେଲା ପରେ ଭାଗ୍ୟ ତ ବଦଳେ
ବଦଳେ ତ ସବୁକିଛି………||
କାହାକୁ ତ ମିଳେ ଭଲ ପରିବାର
ଭଲ ସ୍ୱାମୀ ଓ ସଂସାର
ଖୁସି ଟି ବୋହୂର ଦ୍ୱି ଗୁଣିତ ହୁଏ
ସୁଖ ଶାନ୍ତି କରେ ଘର………..||
ସମସ୍ତଙ୍କ ଭାଗ୍ୟେ ଲେଖାତ ନଥାଏ
ଭଲ ସ୍ୱାମୀ ଓ ସଂସାର
ସେଠାରେ ବୋହୂ ଟି ପାଏ ତ ଯାତନା
ଥାଉ ଗୁଣ ତା ହଜାର…………||
ମରିମରି ସିଏ ନିତି ବଞ୍ଚୁଥାଏ
ଭୋଗୁଥାଏ ସେ କଷଣ
ଦୁହିତା ପରାସେ ଦୁଇକୁଳ ହିତା
ନ କହି ରହେ ମଉନ…………..||
ଶାଶୁ ଓ ଶ୍ୱଶୁର ଦେଲେ ତ କଷଣ
ସ୍ୱାମୀ ସ୍ନେହେ ଭୁଲି ହୁଏ
ସ୍ୱାମୀଙ୍କ ମୁହଁରୁ ମିଳିଲେ ସାନ୍ତ୍ୱନା
କଷ୍ଟ ସବୁ କମିଯାଏ………||
ସ୍ୱାମୀ ଯଦି ହୁଏ ଦୁଃଖର କାରଣ
କାହାକୁ କହିବ ଯାଇ
ଜୀବନଟି ତାର ନରକ ପାଲଟେ
ସୁଖ ଶାନ୍ତି ରହେନାହିଁ………..||
ଛାଡି ସେ ଆସିଛି ତାର ପରିବାର
ବାପ ମା ସାଙ୍ଗ ସାଥୀ
ତୁମଠି ରଖିଛି ଅତୁଟ ବିଶ୍ୱାସ
ତୁମ ବ୍ରତେ ହେବ ବ୍ରତୀ……………….||
ସ୍ୱାମୀ ଠାରୁଯଦି ପାଏ ସେ ଯନ୍ତ୍ରଣା
ତୁଟିଯାଏ ତା ବିଶ୍ୱାସ
ହୃଦୟ ଭାଙ୍ଗିଲେ ଭରସା ତୁଟଇ
ଭାଙ୍ଗିଯାଏ ତ ସଂସାର…………….||
କେବେ ଧୈର୍ଯ୍ୟ ଧରେ କେବେ ଭାଙ୍ଗିପଡେ
କେବେ ହାରେ ସେ ଜୀବନ
ବାପ ଘର ସୁଖ ଭାରି ମନେପଡେ
ସେ ସବୁ ସାତ ସପନ……….||
ଦୁଃଖ କଷ୍ଟ ଦେଲେ କି ଲାଭ ମିଳୁଛି
କର ଯେ ଆତ୍ମ ଚିନ୍ତନ
ଭରସା କରି ସେ କେତେ ଆଶାନେଇ
ବାନ୍ଧିଥିଲା ପରା ବନ୍ଧନ…………..||
ପୁଷ୍ପାଞ୍ଜଳି ରାଉତ
ଢେଙ୍କାନାଳ, ମହିଷାପାଟ