ତୁମେ ତ ଆସିବ ବୁଲି
କିଣି ମୁଁ ରଖିଛି ନାଲି ଶଙ୍ଖା ଚୁଡି ନାଲି ସିନ୍ଦୂର
ଘର ଅଗଣାରେ କଳସ ବସେଇ
ତୋରଣ ଦେଇଛି ଟାଣି
ମା ତୁମେ ତ ଆସିବ ବୁଲି,,,,।
ଧୂପ ଝୁଣା ଚୁଆ ସାଥିରେ ଆଣିଛି ଅଗୁର କର୍ପୂର
ଭକ୍ତି ଭରା ମୋର ନିମନ୍ତ୍ରଣ ଦେଲି
ଘେନିବ ମା ମହାକାଳୀ
ମା ତୁମେତ ଆସିବ ବୁଲି,,,,।
ସଜେଇ ରଖିଛି ନାଲି ରଙ୍ଗେ ପୂଜା ଘର ମୋର
ଗୁନ୍ଥିଛି ମନ୍ଦାର ମାଳ ମୁଁ ନାଲି
ତୁମ ବେକେ ଚହଟିବ ଝୁଲି
ମା ତୁମେତ ଆସିବ ବୁଲି,,,,।
ମନ ମୋର ହୁଏ ତୁମ ଅପେକ୍ଷା ରେ ଅଥୟ ଅଧିର
ମା ମୋର ସେରାବାଲୀ
ସବୁ ଦୁଃଖ କଷ୍ଟ ଯିବ ଚାଲି
ମା ତୁମେତ ଆସିବ ବୁଲି,,,,।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ ଢେଙ୍କାନାଳ