ଜୀବନ ପାଇଁ ପଦେ

0

ଖୁସି କୁ ବାଣ୍ଟିଲେ ହୁଅଇ ଅଧିକ,
ଦୁଃଖକୁ ବାଣ୍ଟିଲେ ଅଧା
ଜୀବନ ଅଛିତ ଦୁଃଖ କଷ୍ଟ ଅଛି,
କାହିଁ ଏତେ କର ଚିନ୍ତା……||

ହୃଦୟକୁ କର କୋମଳ ନରମ,
ଆଶା କୁ ରଖ ଆୟତ୍ତେ
ନିଜକୁ କରିବ ଶକ୍ତ ମଜବୁତ୍,
ଭାଙ୍ଗିବ ନାହିଁ ବିପଦେ……||

ଅନ୍ୟର ଦୁଃଖକୁ ଭଲଭାବେ ଶୁଣି,
କିଛିତ ସାହାଯ୍ୟ କର
ନିଜେ ଯେବେ ଦୁଃଖ କଷ୍ଟେ ପଡିଥିବ,
ଦୟା କରିବେ ଈଶ୍ୱର……||

ଧନୀ ଗରିବ ର ଭେଦ ଭାବପରା,
ଆମ ସମାଜରେ ଅଛି
ଅସମ୍ମାନ କାହିଁ କାହାକୁ କରିବା,
ସବୁ ପ୍ରଭୁଙ୍କର ସୃଷ୍ଟି………||

ସୁବିଧା ସୁଯୋଗ ଉଣ୍ଡି ଲୋକମାନେ,
ଅନ୍ୟ ଧନକୁ ଲୁଟନ୍ତି
ପରିଶ୍ରମ କଲା ତାର ଧନହେଲା,
ପଛରୁ ଗୋଡ ଟାଣନ୍ତି……||

ସଫଳତା ଯିଏ ପାଇଛିତ ଭାଇ,
ତା ଲାଗି କରିଛି ଶ୍ରମ
ତୁମେ ଦେଖି କାହିଁ ହୁଅ ହାଇଁ ପାଇଁ,
ନିଜେ କିଛି ଚେଷ୍ଟା କର…….||

ଭଲକାମ କଲେ ଗୋଡ ଟାଣିବାକୁ,
ହଜାରେ ଲୋକ ଆସନ୍ତି
ଭୂଲ କିଛି ହେଲେ ନିନ୍ଦା କରିବାକୁ,
ସେମାନେ ଆଗରେ ଥାନ୍ତି…….||

ଯେତେବେଳେ ତାଙ୍କ କଥା ପଡିଥାଏ,
ହୋଇଯାନ୍ତି ପୁରା ଚୁପ୍
କହନ୍ତି ମଣିଷ ଜନମ ପାଇଛୁ,
ହେଇଗଲା ଟିକେ ଭୁଲ୍……||

ପରଉପକାର ଭାବନା ମନରେ,
ସଦା ରଖିଥିବ ଭାଇ
ଉପକାର ଯଦି କାହାର କରିଛ,
ପ୍ରଭୁ ଭୁଲିଯିବେ ନାହିଁ………||

ପୁଷ୍ପାଞ୍ଜଳି ରାଉତ
ମହିଷାପାଟ,ଢେଙ୍କାନାଳ

Leave A Reply

Your email address will not be published.

4 + nineteen =