ସଙ୍କଟ ହାରିଣୀ ଦାମିନୀ କାମିନୀ ,
କାଳିକା ଚଣ୍ଡିକା ତୁହି
ଦୁଷ୍ଟ ବିନାଶିନୀ ଘର୍ଘର ନାଦିନୀ,
ଜଗଦମ୍ବା ଦୟାମୟୀ,,,,।
ଶଙ୍କର ଘରଣୀ କାସ୍ମିରୀ ବଲ୍ଲଭୀ,
କାମାକ୍ଷୀ ତୁ କାତ୍ୟାୟନୀ
କରୁଛି ଗୁହାରି ମାଆ ମହାମାୟୀ,
ଘେନ ମହିଷାମର୍ଦ୍ଦିନୀ,,,,।
ଦିଅ ମୋର ମନେ ଭକ୍ତି ଭାବ ଭରି,
ଦୁର୍ଗତି ନାଶିନୀ ଦୁର୍ଗା
ତୁମ ଚରଣରେ ରହୁ ମୋର ଚିତ୍ତ
ଧନ ରତ୍ନ ନୁହେଁ ଲୋଡା,,,,,।
ଦୁଃଖ ସହିବାକୁ ନାହିଁ ମୋର ଡର,
ପାଖରେ ମା ତୁମେ ଥିଲେ
ତୁମ ମୁହଁ ଦେଖି କଷ୍ଟ ହେବ ଦୂର,
ତୁମ ଆଶିଷ ମିଳିଲେ,,,, ।
ସତ୍ଯ ଧର୍ମ ପଥେ ନିଅ ହାତ ଧରି
ଆସୁ ଝଡ ଝଞ୍ଜା ଯେତେ
ତୁମ ଚଲାପଥେ ବାଟ ଚାଲିବାକୁ
ଆଶିର୍ବାଦ ଦିଅ ମୋତେ,,,,।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ ,ଢେଙ୍କାନାଳ