ସାବିତ୍ରୀ ଜଣେ ସତୀ ନାରୀ ।ସାବିତ୍ରୀ ସତ୍ୟବାନ୍ କାହାଣୀ ସମ୍ବନ୍ଧରେ ଆପଣମାନେ ଭଲ ଭାବରେ ଜାଣିଛନ୍ତି । ଓଡ଼ିଆ କ୍ୟାଲେଣ୍ଡରର ଜ୍ୟୈଷ୍ଠ ମାସର ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ ହୁଏ ।ସ୍ୱାମୀର ମଙ୍ଗଳ କାମନା କରି ସ୍ତ୍ରୀ ମାନେ ବ୍ରତ ରଖନ୍ତି ।
ସାବିତ୍ରୀ ବ୍ରତକୁ ଫଳ ଆଉ ଲୁଗା ବ୍ୟବସାୟୀ ଅନାଇ ବସିଥାନ୍ତି ।
ଏଠି କିନ୍ତୁ ଭିନ୍ନ ଜଣେ ସାବିତ୍ରୀଙ୍କ ବିଷୟରେ କଥାଟିଏ ……….
ସାବିତ୍ରୀ ବ୍ରତ ଦିନ ସୁନନ୍ଦା ଅଶ୍ୱମେଶ ଯାଇଥାନ୍ତି ମନ୍ଦିର ସହରର ସବୁଠୁ ବଡ଼ ଓ ପ୍ରସିଦ୍ଧ ମନ୍ଦିରକୁ ।ସେଠି ଅନେକ ଭିଡ଼ ।ସମସ୍ତେ ପୂଜାରେ ଵ୍ୟସ୍ତ ।କିଛି ପୂଜା ସାରି selfie ଉଠାରେ । ସୁନନ୍ଦା ମନ୍ଦିରକୁ ଯାଇଛନ୍ତି ମାନେ ପୂଜା ତ କରିବେ ତାହା ସହ କିଛି ସମୟ ବସିବେ ।ମନ୍ଦିର ବେଢ଼ାରେ ବୁଲୁ ବୁଲୁ ଦେଖିଲେ ଜଣେ ବୃଦ୍ଧାଙ୍କୁ ।ସେ ସେଆଡାକୁ ଧ୍ୟାନ ନଦେଇ ଚାଲିଗଲେ ପୁଣୀ କିଛି ସମୟ ପରେ ଦେଖିଲେ ସେ ବୁଢୀମାଉସୀ ସେଠି ବସି ଧ୍ୟାନରେ ବସି କଣ ଗୁଣୁଗୁଣୁ ହେଉଛନ୍ତି । ତାଙ୍କ ପାଖରେ ଯାଇ ଶୁଣିଲେ ବୃଦ୍ଧା ତାଙ୍କ ସ୍ବାମୀଙ୍କୁ ନେଇଯିବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି । ସୁନନ୍ଦା ସ୍ତବ୍ଧ ହୋଇଗଲେ । ଏ କିପରି ସ୍ତ୍ରୀ ,ସାବିତ୍ରୀ ବ୍ରତ ଭଳି ଦିନରେ ଏ ଅଲକ୍ଷଣା କଥା ! ସୁନନ୍ଦାଙ୍କ ମୁହଁରୁ ବାହାରି ଗଲା ଛି ଛି ! ଏକଥା ବୁଢ଼ୀ ମାଉସୀଙ୍କ କାନରେ ପଡିଲା ।ମାଉସୀ ଆଖି ଖୋଲିଲେ ,ସୁନନ୍ଦା ପୁରା ରାଗ ଗରଗର ,ମାଉସୀ କହିଲେ ,ମା”ଲୋ ଆଉ କିଛି କହିବୁ ? ସୁନନ୍ଦା କହିଲା ତୁମ ଭଳି ସ୍ତ୍ରୀ ଲୋକ ସ୍ତ୍ରୀ ଜାତି ପାଇଁ କଳଙ୍କ । ମୁଁ ତୁମ ଭଳି ନାରୀମାନଙ୍କ ସହ କଥା ହେବାକୁ ଚାହେଁ ନାହିଁ । ବୁଢୀ ମାଉସୀ କହିଲେ ମୁଁ କିନ୍ତୁ ଚାହୁଁଛି ତୁମ ସହ କଥା ହେବା ପାଇଁ ।ବେଶୀ ସମୟ ନେବି ନାହିଁ ଅଳ୍ପ ସମୟ ଦିଅ ,ମୋ କଥା ଟିକେ ଶୁଣ ।ତା ପରେ ତୁମେ ଯାହା କହିବ ମୁଁ ସ୍ୱୀକାର କରିବି ତୁମ ଗାଳିକୁ ପ୍ରସାଦ କରି ପିଇଯିବି ,Please ମା । ମନ୍ଦିର ପରିସର ଜଣେ ବୃଦ୍ଧାଙ୍କ ଅନୁରୋଧକୁ ସୁନନ୍ଦା ଟାଳି ପାରିଲେ ନାହିଁ ।ରାଜି ହେଲେ । ବୁଢୀ ମାଉସୀ ଆଉ ସୁନନ୍ଦା ବେଢ଼ାରୁ ବାହାରି ଚାଲିବାକୁ ଲାଗିଲେ । ବୁଢୀ ମାଉସୀ କହିଲେ ,ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲି ମୋ ଵିଵାହ ସେତେବେଳେ ଜଣେ ବ୍ୟାଙ୍କ ଅଧିକାରୀଙ୍କ ହୋଇଥିଲା । ଆମର ଗୋଟିଏ ପୁଅ ଗୋଟିଏ ଝିଅ । ପୁଅ ହେଲା ପରେ ମଉସାଙ୍କ ବିରୋଧ ସ୍ୱତ୍ତେ ମୁଁ ଶିକ୍ଷକତା ଚାକିରୀ ଛାଡିଦେଲେ ।ଛୁଆଙ୍କ ଭବିଷ୍ୟତ ପାଇଁ ।ଦୁଇ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରାଇବାରେ ସେମାନେ ବାହାର ଉଚ୍ଚ ଦରମାରେ ଚାକିରୀ କରି ନିଜ ଇଛାରେ ଵିଵାହ କଲେ । ମଉସାଙ୍କୁ ବୁଝାଇ ଶାନ୍ତ କରି ପିଲାଙ୍କ ନିଷ୍ପତ୍ତିକୁ ଗ୍ରହଣ କଲେ ।ଵିଵାହ ପରେ ଥରେ ଖଣ୍ଡେ ଝିଅ ଜ୍ୱାଇଁ ଆଉ ଦୁଇ ତିନିଥର ପୁଅ ବୋହୁ ସ୍ୱଳ୍ପ ସମୟ ପାଇଁ ଆସିଥିଲେ । ୧୫ବର୍ଷରୁ ଅଧିକ ହେଲାଣି ସେମାନେ ଆଉ ଆସୁ ନାହାଁନ୍ତି ।ଘରେ କହିଲେ ମୁଁ ଆଉ ତୁମ ମଉସା । ତିନି ବର୍ଷ ହେବ ସେ ସମ୍ପୂର୍ଣ୍ଣ ଅଚଳ ।ସେ ଆଉ ଚଳାବୁଲା କରି ପାରୁନାହାନ୍ତି ।ତାଙ୍କୁ ଅନେକ ନାମୀ ଡାକ୍ତରଙ୍କୁ ଦେଖାଇ ସାରିଲେଣି ।ସମସ୍ତଙ୍କ ପରାମର୍ଶ ଅନୁଯାୟୀ ଅନେକ ପରୀକ୍ଷା ବି କଲା ପରେ ସମସ୍ତଙ୍କର ଗୋଟିଏ ଉତ୍ତର ରିପୋର୍ଟ ଅନୁସାରେ ସବୁ ଠିକ । ମୁଁ କିନ୍ତୁ ଜାଣିଛି ତାଙ୍କୁ ଆଘାତ ଲାଗିଛି ଦୁଇ ଛୁଆଙ୍କ କଥା । ବହୁବାର ଫୋନ ପରେ କାମ ବାହାନ କରି ଫୋନ ଏଡ଼ାଇ ଯାଇଛନ୍ତି । ଥରେ ସେ ଘର ନଥିବା ବେଳେ ଫୋନରେ ତୁମେ କଣଟା କରିଛ ,ଖାଲି ଫୋନ୍ କାମରୁ ଫୁରୁସତ ମିଳିଲେ ଯିବୁ ତ ? ପୁଅ ବୋହୁ ଝିଅ ଜ୍ୱାଇଁ ଏକାଠି ବୁଲାବୁଲି କରୁଥିବା ଫୋଟୋ ଫେସବୁକରେ ଛାଡି ଥିବା ମଉସାଙ୍କ ଜଣେ ସାଙ୍ଗ ଦେଖାଇଥିଲା । ସେ ଦେଖି ଘରକୁ ଫେରି ଫୋନରେ ଏପରି କଥା ଶୁଣି ଦୁଃଖିତ ହେଲେ ।କିଛି କହିଲେ ନାହିଁ ।ଖାଇବା ବାଢ଼ କହି ବାଥରୁମ ଗଲେ କିଛି ସମୟ ପରେ ଫେରି ବସିଛନ୍ତି ,ମୁଁ ଖାଇବା ବାଢୁଛି ଜୋରରେ କାନ୍ଦ ଶବ୍ଦ ଶୁଭିଲା ଦେଖିଲି ତୁମ ମଉସା କାନ୍ଦି କାନ୍ଦି ଚଟାଣରେ ପଡି ଯାଇଛନ୍ତି ସେବେଠୁ ପାଖାପାଖି ତିନି ବର୍ଷ ହୋଇଗଲା ।
ଡାକ୍ତରଖାନା ଘର ମନ୍ଦିରରେ ସମୟ କଟୁଛି ।ତାଙ୍କୁ ବଞ୍ଚାଇ ଦିଅ ବୋଲି ନିଇତି ପ୍ରାର୍ଥନା କରୁଥିଲି ।କିନ୍ତୁ ମୁଁ ତାଙ୍କ ଦୁଃଖ କଷ୍ଟ ଆଉ ସମ୍ଭାଳି ପାରୁନାହିଁ । ଏବେ କିଛି ଦିନ ହେଲା ପ୍ରତିଦିନ ଦୁଇଓଳି ମନ୍ଦିର ଆସୁଛି ।ଆଉ ଆମ ଦୁଇ ଜଣଙ୍କୁ ନଚେତ ତାଙ୍କୁ ନେଇଯିବା ପାଇଁ ପ୍ରଭୁଙ୍କୁ ଡ଼ାକୁଛି ।ଆମ ଦୁଇ ଜଣଙ୍କୁ ନେଇଯାଅ ହେ ପ୍ରଭୁ ,ଏ ଡାକ ତୁମେ ଶୁଣିପାରିନଥିଲେ ତାଙ୍କୁ ନେଇ ଯାଅ ଏକଥା ତୁମ କାନରେ ଆଉ ତୁମେ ମନ ମଧ୍ୟରେ ନନା କଥା ଭାବି ଦେଲେ ନୁହେଁ କି ମା ! ତୁମ କୁହ ମା ଆଉ କଣ କରିପାରିବି ତାଙ୍କ ଦୁଃଖ ମୁଁ ଆଉ ସହି ପାରୁନାହିଁ ।ପ୍ରଭୁ ଏପରି ଦୁଃଖ ଆଉ କାହାକୁ ନଦିଅନ୍ତୁ ।ସୁନନ୍ଦା ମୁହଁରେ ଭାଷା ନାଇଁ ସେ ବି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଅଶ୍ୱମେଶଙ୍କ ଦଶରୁ ଅଧିକ miscall ,ସୁନନ୍ଦାଙ୍କର ସେ ଆଡ଼କୁ ଧ୍ୟାନ ନାହିଁ
ବୁଢୀ ମାଉସୀ ସୁନନ୍ଦାଠାରୁ ବିଦାୟ ନେଲେଣି ।ଅଶ୍ଵମେଶ ଖୋଜିଖୋଜି ସିଡି ଚଢୁଥିବା ବେଳେ ଦେଖିଲେ ଅନ୍ୟମନସ୍କା ହୋଇ ତଳକୁ ଆସୁଛନ୍ତି ।ଅଶ୍ଵମେଶ କହିଲେ କଣ ହୋଇଛି ସୁନନ୍ଦା ? ଫୋନ ବି ଉଠାଉନ ,ମୁହଁ ବି ଶୁଖି ଯାଇଛି ?କଣ ହୋଇଛି ?ସୁନନ୍ଦା କହୁଛନ୍ତି ସାବିତ୍ରୀ ସାବିତ୍ରୀ ସାବିତ୍ରୀ ,ଅଶ୍ଵମେଶ କହିଲେ ହଁ ଆଜି ସାବିତ୍ରୀ କହି ତାଙ୍କୁ ଟିକେ ଛୁଇଁ ଦେଲେ ଘିଡିପିଡି ହୋଇ ଉଠିପଡିଲେ ତଥାପି ରାତ୍ରୀ ପାହି ନଥାଏ । ସୁନନ୍ଦା ସ୍ଥିର ହୋଇଗଲେ ସ୍ୱପ୍ନ ଥିଲା …….!
ବିଜୟ କୁମାର ମହାରଣା
ତାଳଚେର,ଅନୁଗୋଳ