ନବଦୁର୍ଗା

0

ଶକତି ଦାୟିନୀ ସେନେହମୟୀ ଲୋ
ଶୈଳପୁତ୍ରୀ ନମସ୍ତୁତେ
ପ୍ରଥମ ସ୍ୱରୂପ ତୋରଲୋ ଜନନୀ
ନମଇ ପ୍ରଥମ ଦିନେ……||

ହସ୍ତେ ଜପାମାଳି କମଣ୍ଡଳ ଧରି,
ମା ବ୍ରହ୍ମଚାରିଣୀ ନମସ୍ତେ
ଦ୍ୱିତୀୟ ଦିନରେ ମା ତୋତେ ଭଜେ,
ସାହାହୁଅ ସର୍ବଜନେ…..||

ସର୍ବ ଆୟୁଧକୁ ଧରିବୀଜେକରୁ,
ଉଗ୍ରରୁପେ ଚନ୍ଦ୍ରଘଣ୍ଟା
ସରଣ ପସୁଛି ଚରଣେ ତୁମର,
ତୃତୀୟ ଦିନରେ ମାତା…….||

ଚତୁର୍ଥ ସ୍ୱରୂପ ତୋର ମା କୁଷ୍ମାଣ୍ଡା,
ପୁରାକରୁ ମାନସିକ
ତୋ ହସରୁ ସୃଷ୍ଟି ଏ ସାରା ଜଗତ,
ସଭିଁଙ୍କୁ ସୁଖରେରଖ………||

କାର୍ତ୍ତିକେୟ ଙ୍କର ଜନନୀ ତୁ ଦୂର୍ଗା,
ମା ମୋର ସ୍କନ୍ଦମାତା
ପଞ୍ଚମ ଦିନରେ କଲେ ତୋ ଅର୍ଚ୍ଚନା,
ଦୂରହୁଏ ସର୍ବବାଧା……..||

କାତ୍ୟୟନ ପୁତ୍ରୀ ଜଗତ ଜନନୀ,
ଷଷ୍ଟରୂପ କତ୍ୟାୟନୀ
ଦୟାକରମାଲୋ ଜଗତବନ୍ଦନୀ,
ସହାହୁଅ ମହାମାୟୀ………||

ତ୍ରୀନେତ୍ର ଧାରିଣୀ ଶତୃସଂଘାରିଣୀ,
ସପ୍ତମେ ମା କାଳରାତ୍ରି
ଜଗତକୁରଖ ଘଣ୍ଟଘୋଡାଇ ମା,
ସୁଖେକଟୁ ଦିବାରାତ୍ରି……..||

ଶାନ୍ତ ସୌମ୍ୟ ରୂପ ଅଷ୍ଟମ ସ୍ୱରୂପ,
ମହାଗୌରୀ ଦୂର୍ଗାତୁହି
ତୋର ଆରାଧନା କଲେ ମିଳେ ଶକ୍ତି,
ଦୁଃଖଯାଏ ଦୂରହୋଇ…….||

ସିଦ୍ଧିପ୍ରଦାୟିନୀ ନବମ ସ୍ୱରୂପ,
ମା ତୁହିସିଦ୍ଧିଦାତ୍ରୀ
ସର୍ବକାର୍ଯେସିଦ୍ଧି ଦେଉଲୋ ଜନନୀ,
ତୋଚରଣେ ମୁଁ ନମଇ……..||


ଏହିନବରାତ୍ରେ ମା ନବଦୂର୍ଗାଙ୍କୁ,
କରେକୋଟି ପ୍ରଣିପାତ
ଏ ଧରାଧାମରୁ କୋରନା ସଂକଟ,
ହେଉମାତ ଦୂରିଭୂତ……….||


ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ

Leave A Reply

Your email address will not be published.

five + 3 =