କୁଆଁରପୁନେଇ ଜହ୍ନ
କୁଆଁରି ମନର କଥା
ହ୍ରୁଦୟର ନିରବତା
ଜାଣେ ସେ ଭିତିରି କଥା
ସଜାଡ ଅର୍ଘ୍ୟ ଥାଳଟା……।
ବନ୍ଦେଇବା ଚାନ୍ଦ ଆମେ
ମନେ ମାନସିକ କେତେ
ଆଶା ହବଟି ପୁରଣ
କରିବ ପୁନେଇଁ ଜହ୍ନ…..।
ଖଇ ଆଞ୍ଜୁଳି ଟେକିବା
ଧୁପ ଦୀପ ସମର୍ପିବା
ମନକଥା କହି ହେବା ଜୁହାର
ଏକାଠି ହେବା ସତ୍ୱର……।
ଜହ୍ନ ଜାଣେ ମନକଥା
ରଖିଛି ସେ କେତେ ଗାଥା
ତା ଅନ୍ତରେ ତାକୁ ସଜାଡି
କାର ଗୁମର କହେନା ଖୋଲି……।
ଜହ୍ନ ମାମୁଁ ସେ କାହାର
ଅପାଷୋରା ସ୍ମୃତି ମନର
ତା ଠାରେ କଳଙ୍କ ଅଛି
ତଥାପି ସବୁରି ମନ ମୋହୁଛି…….।
ସେ ପରା ଶରଗ ଶଶୀ
ମନେ ଭରିଦିଏ ଖୁସି
ତାକୁ ଦେଖି ତ୍ରୁପ୍ତହୁଏ ମନ
ସେତ କୁଆଁରପୁନେଇ ଜହ୍ନ……।
ପୁଷ୍ପାଞ୍ଜଳି ରାଉତ
ମହିଷାପାଟ, ଢେଙ୍କାନାଳ