ସହରର ବତୀ ସବୁ ଲିଭିଗଲା ପରେ
ତୁମକୁ ମୁଁ ଖୋଜୁଥାଏ ଜହ୍ନ ଆଲୁଅରେ।।
ସେ ଦିନ ର ଜହ୍ନ ଥିଲା ନୂଆଁ ଏକ ଜହ୍ନ
ପ୍ରେମ ଜ୍ୟୋଛନାରେ ଭିଜୁଥିଲା ଦୁଇ ମନ।।
ପ୍ରେମର ମହକ ନେଇ ବହୁଥିଲା ପବନ
ଅମାନିଆ ଆଖିରେ ଯେ ଅସୁମାରି ସପନ।।
ଚାଲିଗଲୁ ପ୍ରିୟା ତୁହି ଫିକା ଲାଗେ ଫଗୁଣ
ଏକା ଏକା ଲାଗେ ଆଜି ରଙ୍ଗ ହିନ ଜୀବନ।।
ବେଶି ମନେ ପଡେ ଆଜି ସ୍ମୃତିଭରା ଦିନ
ଛାତିରେ ମୋ ରହିଅଛି ଅଭୁଲା ସେ ଦିନ।।
ହୃଦୟ ହୀନାଟେ ବୋଲି ଜାଣିତ ନ ଥିଲି
ଏଡେ ସ୍ବର୍ଥପର ବୋଲି ଏବେ ବୁଝିଗଲି।।
ଅକାରଣେ ମନ ତୋତେ ଖୋଜୁଛି କାହିଁକି
ରାତି ସାରା ଉଜାଗର ରହିମୁଁ ଜଳୁଛି।।
ଛାତିର କୋହ ସାଥେ ଲୁହ କୁ ମିଶାଇ
କାନ୍ଦୁଛି ମୁଁ ନିରବରେ ଶୂନ୍ୟତାକୁ ନେଇ।।
ଖେଳନା କରି ଖେଲିଲୁ ହୃଦୟ କୁ ମୋର
ଫୋପାଡିଲୁ ଖେଲିସାରି ମନ ତୋ ନିଷ୍ଠୁର ।।
ମମତା ସାହୁ
କଳାହାଣ୍ଡି