ନୂତନ ବର୍ଷ

0

ତୁମେ ନେଇଆସ ନୂତନ ପ୍ରଭାତେ
ନବ ଜୀବନ ଓ ନବ ଚିନ୍ତନ
ରାଷ୍ଟ୍ର, ସମାଜ ର ପ୍ରଗତି ଵିଧାନେ
ଲକ୍ଷ୍ୟ ର ହେଉ ନବ ଉତଥାନ…. ||

ଅପୂର୍ଣ୍ଣ କାର୍ଯ୍ୟ ହେଉ ସବୁ ପୂର୍ଣ୍ଣ
ଦୂରୀଭୂତ ହେଉ ସବୁ ବାଧାବିଘ୍ନ,
କାଳ ର ପ୍ରବାହେ ଗଡ଼ିଯାଏ ଦିନ
କିଛି ନୁହେଁ ଏଠି ସ୍ଥାୟୀ ଚିରନ୍ତନ….. ||


ପୁରାତନ ଦିନ ଶିକ୍ଷା ଦେଇଯାଏ
ନୂତନ ଅଣାଏ ନୂଆ ଆହ୍ୱାନ,
ପରିବର୍ତ୍ତନ ମଣିଷ ଜୀବନ
ଜନ୍ମ, ମରଣ ପୁଣି ପୁନର୍ଜନ୍ମ…… ||


ଯେପରି ବୀଜ ରୁ ବୃକ୍ଷ ର ଜନମ
ପୁନଃ ମଞ୍ଜି ର ନିର୍ମାଣ,
ପ୍ରକୃତି ଅଟଇ ଈଶ୍ୱର ଙ୍କର
ଶାଶ୍ୱତତା ର ପ୍ରମାଣ……. ||


ସ୍ୱଚ୍ଛ ଦୃଷ୍ଟିକୋଣ ସ୍ୱଚ୍ଛ ଜୀବନ
ଜୀବନ ରେ ପ୍ରୟୋଜନ
ଜଳ, ବାୟୁ ଯେବେ ପ୍ରଦୂଷଣ ମୁକ୍ତ
ତେବେ, ସାକାର ଉତ୍ସବପାଳନ…… ||


ଆମେ ବଦଳିଲେ ଯୁଗ ବଦଳିବ
ସଂକଳ୍ପ ରେ ହେବା ମଗନ,
ମନ, ବଚନ ରେ ସଚ୍ଚୋଟ ରହିବା
କରିବା ସଭିଙ୍କୁ ସମ୍ମାନ…….. ||


ସମାଜ, ଦେଶ ଓ ବିଶ୍ୱ ହିତ ରେ
ହେବା ସର୍ବେ ସମର୍ପିତ,
ସଦଗୁଣ ଆଦରି ପ୍ରଗତି ପଥ ରେ
ହେବା ଆମେରେ ପଥିକ……. ||

ସସ୍ମିତା ଦାଶ, ଢେଙ୍କାନାଳ

Leave A Reply

Your email address will not be published.

11 − three =