ନବ ବର୍ଷର ଅଭିନନ୍ଦନ

0

ନୂତନ ବର୍ଷ ର ନବୀକରଣ କୁ
                କର ହେ ସବୁ ସ୍ୱାଗତ,
ହିଂସା ଅହଂଭାବ ଦୁରୀଭୂତ ହେଉ
                ସଭିଏଁ ହୁଅ ଜାଗ୍ରତ ।।
କିଛି କ୍ଷଣ ପରେ ନବ ବରଷ କୁ
                 ସ୍ୱାଗତ କରିବା ଭବେ
ଇର୍ଷା,ସ୍ୱାର୍ଥ ଆଉ କୁମନ୍ତ୍ରଣା ତେଜି
            ହୋଇବା ଏକାଠି ସର୍ବେ।।
ଜାତୀୟ ସଂହତି ଜାତୀୟ ଏକତା
            ମନ ରେ ରଖିଲେ ସଦା
ଉଚ୍ଚ ନୀଚ ଭାବ ମନ ରୁ ପୋଛିଲେ
            ପ୍ରଗତି ରେ ନାହିଁ ବାଧା ।।
ମାଟି ପାଣି ଆଉ ପବନ ର କଥା
           ମନ ରେ ଟିକେ ରଖିବା
ମା’ ବାପା ପରି ସେମାନଙ୍କ ସେବା
            ମନ ରେ ସଦା ଚିନ୍ତିବା ।।
ଦିନ ପରେ ଦିନ ମାସ ପରେ ମାସ
                  ବିତିଯିବ ଏ ବରଷ
ଜଗତର ନାଥ ଆହେ ଜଗନ୍ନାଥ
               କରୁଣା କର ଅଶେଷ ।।


ପ୍ରଜ୍ଞା ପ୍ରିୟ ଦର୍ଶନୀ ସାହୁ
କଂସମୁଣ୍ଡା, କଣିହାଁ, ଅନୁଗୁଳ

Leave A Reply

Your email address will not be published.

one × five =