ଭାରାକ୍ରାନ୍ତ ମନ ଦିଏ ନାହିଁ ସଫଳତା
ଲକ୍ଷ୍ଯ ରେ ପହଞ୍ଚିବାରେ ବାଧକ ସାଜେ
ସ୍ଥିର ଚିତ୍ତ ,ଶାନ୍ତ ମସ୍ତିଷ୍କ ,ଆନନ୍ଦ ହୃଦୟ
ସଫଳତା ଆଣେ ଜୀବନେ ଅନେକ ।
ସଂସାର ରେ ଘର କଲେ
ଅନେକ ଶତ୍ରୁ ରହିବେ ନିଶ୍ଚିୟ
ଆମକୁ ସେମାନଙ୍କ ଠାରୁ ଦୂରେଇ ରହିବାକୁ ହେବ
କାହିଁକି ନା ସେମାନେ ଦେବେ କୁ ମନ୍ତ୍ରଣା ।
ଆମକୁ ଆଗ ବାଛିବାକୁ ହେବ ପ୍ରକୃତ ବନ୍ଧୁ
ଯିଏ ଆମକୁ ସହଜ ,ନିତୀବାନ କଥା କହି କଷ୍ଟ କୁ ଦୂରେଇ ଦେବେ
ଯେଉଁ ବନ୍ଧୁ ତୁମକୁ ସୁଗମ ରାସ୍ତାରୁ ବିଚ୍ଯୁତ କରିବାକୁ ଚାହୁଁ ଥିବେ
ଦିନେ ତମ ସଫଳତା ରେ ତୁମର ବାହା ବାହା କରିବେ ।
ସଫଳତା ପାଇବାକୁ ହେଲେ ନିଜର ଲକ୍ଷ୍ଯ ସ୍ଥିର କରିବା
ସେଥିପାଇଁ ମନକୁ ଆନନ୍ଦ ରଖି ଉଚିତ କାର୍ଯ୍ୟ କରିବା
ଭାରାକ୍ରାନ୍ତ ମନ ମସ୍ତିଷ୍କ କୁ ଭାରି କରି ବସେ
ସଫଳତାର ରାସ୍ତା ରୋକିବାକୁ ଚେଷ୍ଟାକରେ ।
ଆମକୁ ସଫଳତା ପାଇବାକୁ ହେବ
ସେଥିପାଇଁ ଆମକୁ ମନକୁ ଶାନ୍ତ ,ମସ୍ତିଷ୍କ କୁ ସ୍ଥିର ରଖିବାକୁ ହେବ
ତମେ ଯେତେ ଭଲ ହେଲେ ମଧ୍ଯ ଅନେକ ମନ୍ଦ ଚରିତ୍ର ଆସିବେ
ମାତ୍ର ସଫଳତା ପାଇବାକୁ ହେଲେ ତାକୁ ନଜର ଅନ୍ଦାଜ କରିବା ଭଲ ।
ଭଲ କଥା ଚିନ୍ତା କରିଲେ ଭଲ ଫଳ ମିଳିବ ନିଶ୍ଚୟ
ଆନନ୍ଦିତ ମନ ଦିଏ ଆନନ୍ଦ ହଜାରେ
ସ୍ଥିର ଚିତ୍ତ ଦିଏ ଧର୍ଯ୍ୟ ଅପାର
ଅପାର ଧର୍ଯ୍ୟ ରେ ସଫଳତା ମିଳିବ ନିଶ୍ଚୟ ।
ସରିତା ମହାପାତ୍ର
ଏସେନ୍ ରେସିଡେନ୍ସି, ଭୂବନେଶ୍ବର