ଖାଇଲା ବେଳରେ ଉଠିଲେ ତାଳୁକୁ
ଅବା ହାକୁଟିର ସ୍ବର
ପାଖେ ଥାଇ ମାଆ ମୁଣ୍ଡକୁ ବାଡେଇ
ପାଣି ପିଆଏ ସେ ଧିର
ଶୋଇଲା ବେଳରେ ସପନେ ବାଉଳା
ଯେବେ ଦିଏ ଛୁଆ କାନ୍ଦି
କଡ ଲେଉଟାଇ ଶୁଆଇ ପକାଏ
ତା’ର ହାତେ ଥାପୁଡାଇ
ମନେ ତ ପଢୁଛି କଟି ଗଲେ ହାତ
ଲେପ ବିଶଲ୍ୟ କରଣି
ପେଟ କାମୁଡାକୁ ଲୁଣ ପାଣି ଦେଇ
ଖୁଆଏ ପଖାଳ ଆଣି ।
ସେଇ ପରା ମାଆ ସନ୍ତନର ସାହା
ଜନମ ଆମକୁ ଦେଇ
ଗୁଣିଆ ବଇଦ ପରି ସେବା ଦିଏ
ରାତି ଅନିଦ୍ରା ସେ ହୋଇ
ମନୋବିଜ୍ଞାନ ଟା ପଢିନି କେବେ ସେ
ସବୁ ମନ ପାରେ ପଢି
ବିଶ୍ଵକର୍ମା ନିଶ୍ଚେ ହାର ମାନିଯିବେ
ତାର କଳା କୌଶଳ ଦେଖି
ସେଇ ମାଆ ପରି କାହିଁକି କେଜାଣି
ହୁଏନି ଆଜିର ନାରୀ
ସାଜୁଛି ମାଆ ଟେ ସାଧୁଛି ଅହିତ
ସତେ ପରିବାର ଅରୀ ।
ଶ୍ରୀକାନ୍ତ କୁମାର ମିଶ୍ର
କଣିହାଁ,ଅନୁଗୋଳ