ଯେଉଁଠି ପ୍ରେମ ମୂଲ୍ୟହୀନ

0

ଚାଲ୍ ଫେରିଯିବା ପୂରୁବ ଜାଗାକୁ
କରିବାନି ଆଉ ପ୍ରେମ
ଯୋଉଠି ବୁଝେନି ହୃଦୟ କାହାର
ଅବିଶ୍ବାସେ ପରିପୂର୍ଣ୍ଣ

ଆକାଶ ଛାତିରେ ଅନ୍ଧାର ଭିତରେ
ଲୁଚିଯିବ ସବୁ ଚିହ୍ନ
ଯୋଡୁଥିଲେ ସିନା ସ୍ନେହ କୁ ପ୍ରେମରେ
ସମୟ ସଙ୍ଗେ ସପନ

ହେଲେ ଏଠି ଦେଖ ହୃଦୟ ତନ୍ତ୍ରୀରେ
ଗୋଟି ଗୋଟି ଛିଣ୍ଡା ତାର
କାହିଁକି ଗାଇବା ସୁର ତାଳ ଦେଇ
ପ୍ରତିଜ୍ଞା ଗୀତ ଆମର

ଗାଇଲେ ଏଠାରେ ମିଳଇ ଜହର
ମରିବାଠୁ କଷ୍ଟକର
ପ୍ରେମ ଶିବ ସଦା ପ୍ରେମ ହିଁ ସୁନ୍ଦର
ସତ୍ୟ ଅଢେଇ ଅକ୍ଷର

ଶ୍ରୀକାନ୍ତ କୁମାର ମିଶ୍ର
କଣିହାଁ,ଅନୁଗୋଳ

Leave A Reply

Your email address will not be published.

fourteen − 3 =