ରୂପେଲି ରାତିର ବରଷା ରାଣୀ ଗୋ
ଆକାଶୁ ଦେଲ କି ଛୁଇଁ
ଅନୁଭବ ହୁଏ ଭିଜି ଯାଆନ୍ତି କି
ସାରା ଜୀବନ ତୋ ପାଇଁ……।
କିଏ ଜାଣେ ସାଥୀ ଛୁଇଁ ବା ବଦଳେ
ବରଷାରେ ଥିଲା ନିଆଁ
ବିକ୍ଷିପ୍ତ ମନଟା ବିକଳ ହୁଅଇ
ଭିଜି ଯାଆନ୍ତି କି ଆହା…….।
ହେଲେ ସେଇ ଦେହ ତନୁ ଓ ମନରେ
ବିଷ ଚରିଗଲା କିଆଁ
ଜୀବନ ସଙ୍ଗୀତ ବଦଳି ଗଲାଣି
ସ୍ବର ବଦଳାଇ ଆହା…….।
ଶ୍ରୀକାନ୍ତ କୁମାର ମିଶ୍ର
କଣିହାଁ, ଅନୁଗୋଳ