ଜୀବନ ର ପୂର୍ଣ୍ଣଛେଦ ପକାଇ
ମୃତ୍ଯୁ ଆସି କୋଳାଗ୍ରତ କରେ
ଶରୀର ଟି ନିସ୍ତେଜ ହୋଇଯାଏ
ନିଶ୍ବାସ କୁ ବିଶ୍ବାସ ନ ଥାଏ ।
ମୃତ୍ଯୁ ପରେ ସବୁ ଦୋଷ ତ୍ରୁଟି ଭୂଲି ହୋଇଯାଏ
ଭଲ ମନୁଷ୍ଯ ର ମୂଲ୍ଯ ନିର୍ଦ୍ଧାରଣ ହୁଏ
ପ୍ରଶଂସା ରେ ଜୟଗାନ ହୋଇଥାଏ
ହୁଏତ ମୃତ୍ଯୁ ପୂର୍ବରୁ ମଣିଷ ଦେଖି ପାରିଥାନ୍ତା ତା ଜୀବନ ର
ମୂଲ୍ଯ ???
ମୃତ୍ଯୁ ପରେ ଶରୀର କୁ ଖୁବ ସମ୍ମାନ ମିଳେ
ସମସ୍ତଙ୍କ ଲୁହ ରେ ସ୍ନାନ କରେ ଯେପରି ଗଙ୍ଗାସ୍ନାନ
ଧଳା ଫୁଲ ସମାହାର ରେ ଖୁବ ସୁସଜ୍ଜିତ କରାହୁଏ
ଅବିର ଚନ୍ଦନ ଓ ଘିଅ ର ସମାହାର ରେ ପଞ୍ଚତତ୍ତ୍ବ ରେ ଲୀନ ହୋଇଯାଏ ।
ଦିନ ପରେ ଦିନ ବିତିଯାଏ ଦଶ ଦିନ ଆସିଯାଏ
ପରିବାର ବର୍ଗ ଙ୍କ ସହ ଦଶ ତୁଠ ସ୍ନାନ ସାରି ତିଳତର୍ପଣ ଦେଇ
ବ୍ରାହ୍ମଣ ଙ୍କୁ ମହାପ୍ରସାଦ ରେ ଆପ୍ୟାୟିତ କଲା ପରେ
ଏଗାର ରେ ବନ୍ଧୁ ପରିବାର ସ୍ମୃତିଚାରଣ ଶେଷ ହୁଏ ।
ସବୁ କିଛି ଦେଖୁଦେଖୁ ଶେଷ ହୋଇଯାଏ
ଜନ୍ମ ଠାରୁ ମୃତ୍ଯୁ ର ଅଭିନୟ କରିଚାଲିଥିବା ମନୁଷ୍ଯ
କିଛି ଭଲ କର୍ମ ର ସ୍ମୃତି କୁ ରୋମନ୍ଥନ କଲାବେଳେ
ପାଟି ରୁ ବାହାରି ଆସେ କି ଭଲ ମଣିଷ ଟା ଥିଲା ସତରେ ।
ଜୀବନ ର ଜୀବନୀ ବୁଝିଲା ବେଳକୁ ସମୟ ଟା ସରିଯାଏ
ତଥାପି ଜାଣିଲା ପରେ ଭଲ ମଣିଷ ଟେ ହେବା ନିଶ୍ଚୟ
ତେବେ ହୁଏତ ଆମ ଜୀବନ ହୋଇବ ସାର୍ଥକ
ଆମ ସ୍ମୃତି କିଛିଦିନ ପାଇଁ ମନେ ପକାଇବ ଆମ ସମାଜ ।
ସରିତା ମହାପାତ୍ର
ଏସେନ୍ ରେସିଡେନ୍ସି
ଭୂବନେଶ୍ବର ।