ତାଳଚେର ପ୍ରଜାମଣ୍ଡଳ ଓ ଗାନ୍ଧିଜୀ

0

ତାଳଚେର ରାଜତନ୍ତ୍ର ବିରୋଧରେ ଗୁପ୍ତ ମନ୍ତ୍ରଣା ଚଳାଇଥିବା ପବିତ୍ର ମୋହନ ଙ୍କୁ ହତ୍ୟା କରିବାପାଇଁ ରାଜା କିଶୋର ଚନ୍ଦ୍ର ଙ୍କ ଷଡଯନ୍ତ୍ର ବିଷୟ ରାଜାଙ୍କର ଗୋଇନ୍ଦl ବଳରାମ ମହାପାତ୍ର ଙ୍କ ଠାରୁ ସୂଚନା ପାଇ 1938 ମସିହା ଜୁଲାଇ ମାସ ଏକ ରାତିରେ ପବିତ୍ର ମୋହନ ନିଜର ବିଶ୍ୱସ୍ତ ଛାତ୍ର ଗୋକୁଳାନନ୍ଦ ରଥ ଙ୍କ ସହିତ ପାଣି ଢାଳ ଧରି ଝାଡା ଯିବା ବାହାନାରେ ସେ ତାଳଚେର ଛାଡି ବ୍ରିଟିଶ ଶାସିତ ରାଜ୍ୟ ଅନୁଗୋଳ କୁ ପଳାୟନ କଲେ l ତାପରେ ଢେଙ୍କାନାଳ ଗଡ଼ ପରଜଙ୍ଗର ମହେଶ ଚନ୍ଦ୍ର ସୁବାହୁ ସିଂହ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ ଓ କଂଗ୍ରେସ ଓକିଲ ବିଚିତ୍ରା ନନ୍ଦ ଦାସ ଙ୍କ ସହିତ ପବିତ୍ର ମୋହନ ତାଙ୍କର ଚାକିରୀ ରୁ ଇସ୍ତଫା ପତ୍ର କଟକ ରୁ ତାଳଚେର ପଠାଇ ଦେଲେ l ଫଳରେ ପବିତ୍ର ମୋହନ ପ୍ରଜାମଣ୍ଡଳ ଗଠନ କରି ରାଜ ତନ୍ତ୍ର ବିରୋଧରେ ବିଦ୍ରୋହ କରିବାର ପଥ ପରିଷ୍କାର କଲେ l 1938 ସେପ୍ଟେମ୍ବର 6 ତାରିଖ ଦିନ ବୀରଭୂମି କୋଶଳା ଠାରେ ପଵିତ୍ର ମୋହନ ପ୍ରଧାନ ଙ୍କ ସଭାପତିତ୍ୱରେ ପ୍ରଜାମଣ୍ଡଳ ଗଠିତ ହୋଇ ସରିବାପରେ ପବିତ୍ର ମୋହନ ପ୍ରଧାନଙ୍କ ମନ୍ତ୍ର ରେ ଦୀକ୍ଷିତ ଚନ୍ଦ୍ରବିଲ ଗ୍ରାମର ଜନସାଧାରଣ ବ୍ରିଟିଶ ପଲଟିକାଲ ଏଜେଣ୍ଟ ବେଜେଲଗେଟ ଙ୍କ ଫଉଜ ଲରିକୁ ସିଙ୍ଗିଡା ଯୋଡ ବାଲିରେ ଠେଲିବା ପାଇଁ ମନା କରିଦେଲ ଫଳରେ ଫଉଜ ଗୁଳିରେ ହରିଜନ ଯୁବକ ବିକା ନାଏକ ସହିଦ ହେଲେ l ଲିଙ୍ଗିରା ଯୋଡ଼ରେ ସହିଦ ବିକା ନାଏକ ଶବଦାହପରେ ଗିରିଜା ଭୂଷଣ ଦତ୍ତ ଙ୍କ ସହାୟତା ରେ ପବିତ୍ର ମୋହନ ଏକ ତାର ବାର୍ତ୍ତା ମାଧ୍ୟମରେ ମହାତ୍ମାଗାନ୍ଧୀ ଙ୍କୁ ପ୍ରଜାମଣ୍ଡଳର ପ୍ରଥମ ସହିଦ ବିକା ନାଏକ ଙ୍କ ଵୀରଗତି ବିଷୟରେ ଓ ତାଳଚେର ରାଜତନ୍ତ୍ରର ଅତ୍ୟାଚାର ବିଷୟରେ ଅବଗତ କରାଇ ଦେଇଥିଲେ l ଓଡିଶା ରେ 26 ଟି ଗଡ଼ ଜାତ ରାଜ୍ୟରେ ଗଠିତ ହୋଇଥିବା ପ୍ରଜାମଣ୍ଡଳର ଉପଦେଷ୍ଟା ହରେକୃଷ୍ଣ ମହତାବ ମଧ୍ୟ ଗାନ୍ଧୀଜୀ ଙ୍କୁ ତାଳଚେର ରାଜତନ୍ତ୍ରର ବର୍ବରୋଚିତ କାର୍ଯ୍ୟ ବିଷୟରେ ଜଣାଇଲେ l ଗାନ୍ଧିଜୀ ତାଙ୍କ ପରାମର୍ଶ ମହତାବ ଙ୍କୁ ଓ ଏକଚିଠିରେ ଅନୁଗୁଳ ର ଏମ,ଲ, ଏ ଗିରିଜା ଭୂଷଣ ଦତ୍ତ ଙ୍କ ମାଧ୍ୟ୍ୟମରେ ପବିତ୍ର ମୋହନ ପ୍ରଧାନ ଙ୍କୁ ଜଣାଇ ଦେଲେ ଯେ ” ଯଦି ତାଳଚେର ର ରାଜା ଏତେ ନିଷ୍ଠୁର ତେବେ ଅତ୍ୟାଚାରୀତ ଜନଗଣ ଯଦି ତାଳଚେର ରେ ଛାଡି ନିକଟବତ୍ତି ରାଜ୍ୟ ଗୁଡିକରେ ଆଶ୍ରୟ ନେବେ ତେବେ ବିଶ୍ୱଦରବାର ରେ ଇଂରେଜ ସରକାରଙ୍କ ର ତଥା ତାଳଚେର ରାଜତନ୍ତ୍ର ମୁହଁରେ କାଳିମା ବୋଳି ହୋଇଯିବ।
(ଗାନ୍ଧୀଜୀ ଙ୍କ ପଥରେ ପବିତ୍ର ମୋହନ ) ତାହା ହିଁ ହେଲା l ବିରୁ ଗ୍ରାମର ଲଷ୍ମୀଧର ରାୟ ଚୌଧୁରୀ ପବିତ୍ର ମୋହନ ଙ୍କୁ ଗାନ୍ଧିଜୀ ଉପଦେଶ କାଯ୍ୟକାରୀ କରିବା ପାଇଁ ପ୍ରବର୍ତ୍ତlଇଲେ l ପବିତ୍ର ମୋହନ ତାଳଚେର ବାସୀଙ୍କୁ ଆହ୍ୱାନ ଦେଲେ l ଭିଟାମାଟିର ମୋହ ପଛରେ ପକାଇ ତାଳଚେର ଛାଡି. ରାଜ୍ୟ ଅନୁଗୋଳ ରେ ଆଶ୍ରୟ ନେବାପାଇଁ l

ଗାନ୍ଧୀ ମହାତ୍ମାଙ୍କ ପ୍ରେରଣା ପାଇଲେ
ଦେଲେ ବିପ୍ଲବୀ ଆହ୍ୱାନ
କେଉଁ ମନ୍ତ୍ର ଥିଲା ତମ ଆହ୍ୱାନରେ
ବିମୋହିତ ସର୍ବଜନ “
ଷାଠିଏ ହଜାର ତାଳଚେର ପ୍ରଜା
ମାନିଲେ ତୁମ ଆହ୍ୱାନ
ଛାଡି ଭିଟାମାଟି ଶିବିର ଗଢିଲେ
ବିଭିନ୍ନ ସ୍ଥାନରେ ପୁଣ l
ଦୁଇ ଦୁଇ ଥର ଚାଷବାସ ଛାଡି
ରହିଲ ଶିବିରେ ଯାଇ
ମାଳତୀ ଠକକର ରଙ୍ଗା ହେରିସନ
ଆଶ୍ଚର୍ଯ୍ୟ ହୋଇଲେ ଦେଖି l

ବାସ୍ତବିକ ତାଳଚେର ର ଏ ପୃଥିବୀ ପ୍ରସିଦ୍ଧ ହିଜରାତ ପଛରେ ହେଇଥିଲା ମହତାବ ଓ ଗାନ୍ଧିଜୀ ଅଦୃଶ୍ୟ ହାତ l ତେଣୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମାନ୍ୟବର ଶ୍ରୀଯୁକ୍ତ ବିଛନ୍ଦ ଚରଣ ପ୍ରଧାନ କହିଛନ୍ତି “, ଡ଼ଃ ହରେକୃଷ୍ଣ ମହତାବ ଜଣେ କର୍ମ ଯୋଗୀ l ସେ ପ୍ରଜାମଣ୍ଡଳ ର ମୁଖ୍ୟ ଉପଦେଷ୍ଟା ଥିଲେ l ପବିତ୍ର ମୋହନ ପ୍ରଧାନ ଥିଲେ ଲୋକମାନଙ୍କର ନେତା ଓ ଗାନ୍ଧିଜୀ ଥିଲେ ଏହି ଆନ୍ଦୋଳନ ର ଆତ୍ମା l”  According to sj bichhanda charan  pradhan, ”   Dr.H.k. mahatab was a kama yogi. He was the political advisor of the agitation. Pabitra Mohan Pradhan was the leader of the people and M.K. Gandhi was the spirit of the agitation.” 

ତାଳଚେର ଆନ୍ଦୋଳନ ଚଳାଇବାରେ ମହାତ୍ମା ଗାନ୍ଧୀ ନିଜେ କିପରି ଉପଦେଷ୍ଟା ହୋଇଥିଲେ ଏହା ତାଙ୍କର ନିମ୍ୱଲିଖିତ ଲେଖାରୁ ଜଣା ପଡେ l                                                                    

“I am advising Travancore, Rajkot and to certain extent talcher,  as I have been constantly advising them”. (The indian states problem-m.k gandhi 2nd paragraph 609 page)

               ଅନୁଗୋଳ ରାଜ୍ୟରେ ତାଳଚେର ପ୍ରଜାମାନଙ୍କ ଦ୍ୱାରା ଗଠିତ ହୋଇଥିବା ମୁଖ୍ୟ ପାଞ୍ଚୋଟି ହିଜରାଜତ କ୍ୟାମ୍ପ ତଥା ଅନ୍ୟ 3|4 ଟି ହିଜରାଜତ କ୍ୟାମ୍ପ କୁ ଗାନ୍ଧିଜୀ ନିଜେ ପହଞ୍ଚି ନ ପାରିଲେ ମଧ୍ୟ ଠକକର ବାପ୍ପା ଙ୍କୁ ନିଜର ପ୍ରତିନିଧିରୂପେ କ୍ୟାମ୍ପ ମାନଙ୍କର ତତ୍ତ୍ୱାବଧାରକ ରୂପେ ନିଯୁକ୍ତି କରିଥିଲେ l ମହତାବଙ୍କୁ  ଗାନ୍ଧିଜୀ  ନିଜର ରାଜନୈତିକ ପ୍ରତିନିଧି ରୂପେ କାଯ୍ୟ ଚଳାଇବାକୁ ଅଧିକାର ଦେଇଥିଲେ l         


( ପ୍ରଜାମଣ୍ଡଳ କ୍ୟାମ୍ପ କୁ ଗାନ୍ଧିଜୀଙ୍କ ଆର୍ଥିକ ସାହାଯ୍ୟ )


ମହାତ୍ମା ଗାନ୍ଧୀ କେବଳ ରାଜନୈତିକ ସାହାଯ୍ୟ ଓ ଉପଦେଶ ଦେଉଥିଲେ ତାହା ନୁହେଁ l ଏହି ଆନ୍ଦୋଳନ ସହିତ ଓତଃ ପ୍ରେତ ଭାବରେ ଜଡିତ ଥିବାରୁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ମଧ୍ୟ୍ୟ ଦେଉଥିଲେ l ତାଙ୍କ ବିବୃତି ଶୁଣି ବିଭିନ୍ନ ସେବା ଅନୁଷ୍ଠାନ, ମାରୁଆଡ଼ି ରିଲିଫ ସୋସାଇଟି ହଜାର ହଜାର ଟଙ୍କା ଲଙ୍ଗଳା, ଭୋକିଲା ଘରହୀନ ପ୍ରଜାଙ୍କୁ ସାହାଯ୍ୟ କରୁଥିଲେ l

ପ୍ରଜାମଣ୍ଡଳ ର ଦାବୀ ପୂରଣ ଓ ପ୍ରତ୍ୟାବର୍ତ୍ତନ
1939 ଜୁନ 23 ତାରିଖ ଦିନ ଅନୁଗୋଳ ର ବଅଁରପାଳ ଡାକବଙ୍ଗଳା ଠାରେ ବ୍ରିଟିଶ ପଲଟିକାଲ ଏଜେଣ୍ଟ ଙ୍କ ଉପସ୍ଥିତ ରେ ରାଜା ଘୋଷଣା କଲେ ଯେ ବେଠି ପ୍ରଥା, ଧର୍ମ ଅଦାଲତ, ପାଞ୍ଚ ଅଣା ବାଜେ କର ରୁ ଦୁଇ ଅଣା ଉଠି ଗଲା । ଜୁନ 23 ର ଘୋଷଣା ନାମା ଜୁନ 25 ତାରିଖରେ ବିଭିନ୍ନ କ୍ୟାମ୍ପ ରେ ପହଞ୍ଚିଲା । ପବିତ୍ର ମୋହନ ଙ୍କର ଅନୁମତି ପାଇ ପ୍ରଜାକୁଳ ବିପୁଳ ଆନନ୍ଦ ଉତ୍ସାହ ର ସହିତ ଗୀତ ଗାଇ,ବାଜା ବଜାଇ ମା ମାଟି କୁ ଫେରିବାକୁ ଲାଗିଲେ ।
ମଥା ରେ ଆମ ର ବିଜୟ ର ଟୀକା
ଶିର ରେ ବିଜୟ ମୁକୁଟ
ଫେରୁଅଛୁ ଆମେ ମାତୃଭୂମି କୁ
ମାନିବୁନି ରାଜା ଆକଟ ।
ପବିତ୍ର ମନ୍ତ୍ର ରେ ଦୀକ୍ଷିତ ଆମେ
ଗାନ୍ଧୀ ମହାତ୍ମା ଚେଲା
ଫେରୁଅଛୁ ଆମେ ମାତୃଭୂମି କୁ
ଦେଖ ରେ ଶୋଷକ ଵାଲା ।
ବାସ୍ତବିକ ମହାତ୍ମା ଗାନ୍ଧିଜୀ ଥିଲେ ତାଳଚେର ପ୍ରଜାମଣ୍ଡଳ ର ପଥ ପ୍ରଦର୍ଶକ ।

ସିଦ୍ଧି ପ୍ରସାଦ ସାହୁ

Leave A Reply

Your email address will not be published.

four × two =