ଷୋଡ଼ଶ ନାମ

0

ମରତ ମଣ୍ଡଳେ ଜୀବ ହୋଇଲେ ଜନମ
ଅନୀତି ଅଧର୍ମ ପାପ କରେ ସେ କରମ ।
ସକଳ ପାପରୁ ତ୍ରାହି ପାଇବାର ବାଟ
ବିଷ୍ଣୁ ସହସ୍ର ନାମକୁ ନିତ୍ୟ କର ପାଠ ।
ଏ ଭବେ ଏ ନାମ ରାଶି ଅମୃତ ସମାନ
ବିଷ୍ଣୁପୁର ଯିବା ପାଇଁ ସେବ ବାଇମନ ।
ହେଜ ହେଜ ଗୁଣ ଗୁଣ ଷୋଡ଼ଶ ନାମକୁ
ମୁକତିର ପଥ ଏହି ଧରିତା ଧାରକୁ ।
ଔଷଧ ସେବନ ବିଷ୍ଣୁ ନାମ ଜପୁଥିବା
ଭୋଜନେ ସର୍ବଦା ଜନାର୍ଦ୍ଦନକୁ ହିଁ ଭାବ ।
ଶୟନ କାଳରେ ମନ ଭଜ ପଦ୍ମନାଭ
ବିବାହ କାର୍ଯ୍ୟରେ ପ୍ରଜାପତି ଉଚାରିବ ।


ଯୁଦ୍ଧ କ୍ଷେତ୍ରେ ସ୍ମରଣ ତୁ କର ଚକ୍ରଧର
ତ୍ରିବିକ୍ରମ ନମ ନିତି କରେ ତୁ ଧର ।
ଦେହତ୍ୟାଗ ସମୟରେ ନାରାୟଣ କୁହ
ପ୍ରିୟ ସଙ୍ଗମ କାଳରେ ଶ୍ରୀଧରକୁ ବହ
ଦୁଃସ୍ବପ୍ନରେ ଗୋବିନ୍ଦ ନାମକୁ ଭଜୁଥାଆ
ସଂଙ୍କଟ ସମୟ ମଧୁସୁଦନକୁ ବହ ।
ଜଳମ ବରାହକୁ ହୃଦେଭାବୁଥୁବା
ପର୍ବତେ ରଘୁନନ୍ଦନ ମନେ ପକାଇବ ।
ଅରଣ୍ୟରେ ନରସିଂହ ଧ୍ୟାନ ମଧେ ଆଣ
 ପାବକରେ ଜଳଶାୟୀ ବିଷ୍ଣୁଙ୍କର ନାମ ।
 ଗମନ କାଳରେ ବାମନକୁ ଚିଛେଚିନ୍ତି
 ସକଳ କାର୍ଯ୍ୟ ସାଧନେ ମାଧବଟି ସତ୍ୟ ।
 ଦେହ ବଦି ମର୍ତ୍ତ୍ୟରେ ଯେ ଧ୍ୟାଉଥୁବ ଏହା
 ମୋହ ମାୟା ସଂସାରରୁ ତରିଯିବ ବାୟା ।

ଦୁର୍ଯ୍ୟୋଧନ ଭୂତିଆ

ଛେଣ୍ଡିପଦା, ଅନୁଗୋଳ

Leave A Reply

Your email address will not be published.

nineteen − six =