ଆଜି ବହୁତଦିନ ପରେ ବାପାଙ୍କ ଚିଠି ମିଳିଲା,ଚିଠି ନୁହେଁ ଜୀବନ ର କଥା..।
ଚିଠି ଟି ପୁରୁଣା ବହି ଥାକ ମଧ୍ୟରୁ ଆବିଷ୍କାର କରି ଅଭିନନ୍ଦନ ର ମନ ଆନନ୍ଦରେ ନାଚି ଉଠିଲା। ଚିଠି ନୁହେଁ ତ ଆତ୍ମ ଚିନ୍ତନ ପାଇଁ ପାଣ୍ଡୁଲିପି ଟିଏ ।Vssut ବୁର୍ଲା ର ସେ ଥିଲା ଶେଷ ବର୍ଷ ର electricals engineering ଛାତ୍ର ।ବାପା ଙ୍କର ବୁର୍ଲା କୁ ଏହାଥିଲା ଶେଷ ଚିଠି। ତାପରେ tcs ltd ରେ join ପାଇଁ ଅଭିନନ୍ଦନ ବୁର୍ଲା ଛାଡି ଦେଇଥିଲା । ସେଦିନ ଆଜି ପରି ତାକୁ ମନେ ପଡୁଛି। ଚିଠି ଟି ପଢିବାକୁ ଆରମ୍ଭ କରିବା ବେଳକୁ ତୃତୀୟ ବର୍ଷ ର ଛାତ୍ର ଅବିନାଶ କୁ ଦେଖି ଅଭିନନ୍ଦନ ପାଖକୁ ଡାକି କହିଥିଲା,”cantinee ରେ ମୋ ନାଁ କହି ଦୁଇଟି ଲମ୍ବା ଖାତା ଆଣିବ ଓ ତୁମ ଇଛା ଯାହା ଖାଇବ। ବିଶୁ ଭାଇ ଙ୍କୁ କହିବ ମୋ ନାମ ରେ ଲେଖି ଦେଵ।”
ଚିଠି ପଢାରେ ନିମ୍ମଜିତ ହେଇଥିବା ବେଳେ ଅବିନାଶ ଆସି କବାଟ ରେ ସ୍ୱଳ୍ପ ଆଘାତ କରି ଭିତରକୁ ଯିବାକୁ ଅନୁମତି ମାଗିଲେ ।ମୁଣ୍ଡ ହଲେଇ ହଁ କରି ପୁଣି ଅଭିନନ୍ଦନ ନିମ୍ମଜିତ ହେଲେ ଚିଠି ପଢ଼ାରେ।
କେତେ କଥା କେତେ ବ୍ୟଥା।
ପ୍ରତ୍ୟେକ କଥାରେ ମିତଵ୍ୟୟୀ ହେବା ଠାରୁ ଆରମ୍ଭ କରି ଜୀବନଚର୍ଯ୍ୟା ପର୍ଯ୍ୟନ୍ତ, ଘାସ କଟା ଠାରୁ ଘୋଡା ଚଢା ପର୍ଯ୍ୟନ୍ତ ସବୁଠି ଥିଲା ଉପଦେଶ ର ବନ୍ୟା।
ଶେଷ ବର୍ଷ ର ଶେଷ ପରୀକ୍ଷା ପରେ ମାର୍କ କୁ tcs ltd କୁ ପଠାଇବା ପରେ ଆସିଗଲା joining letter। ବାଙ୍ଗାଲୋର କୁ ଯିବା ପାଇଁ ସବୁ ପ୍ରସ୍ତୁତ ସାରି college gate ର ବିଘ୍ନ ବିନାଶକ ଗଣପତି ଙ୍କୁ ଭୂମିଳିତ ପ୍ରଣିପାତ ଟିଏ ଜଣାଇ ବୁର୍ଲା station କୁ ଅଟୋ ରେ ଚଢି ଗଲା ବେଳେ ଆଖିରୁ ଲୁହ ଝରି ଆସୁଥାଏ ।ବାପା ଙ୍କ ଚିଠି ର ଗୋଟିଏ କଥା ମନେ ପଡୁଥାଏ “ଛାତ୍ରଜୀବନ ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମୟ”।
“ପାଠ ପଢୁଥିବ ମନ ଲଗାଇ, ପିଲାଦିନ ଆଉ ମିଳିବ ନାହିଁ।”
ସୋପାନ ଉପରେ ସୋପାନ ଉଠି ଚାଲିଥାନ୍ତି ଚାକିରି ରେ ଅଭିନନ୍ଦନ।ଘରକୁ କାମ କରିବାକୁ ଆସିଥିବା ଚାକର କୁ ସେଦିନ ଅଭିନନ୍ଦନ 500 ଟଙ୍କା ଦେଇ କଣ ଏକ ଜିନିଷ କିଣିବା ପାଇଁ ପଠାଇ ଥିଲେ । ଚାକର ଜିନିଷ ଟି ଧରି ଫେରି ଆସିଲା ବେଳକୁ ଅଭିନନ୍ଦନ ପୁରୁଣା ବହି ଗୁଡିକ ସଜାଡ଼ିବାରେ ବ୍ୟସ୍ତ ଥାନ୍ତି। ଜିନିଷ ଟିକୁ ଟେବୁଲ ଉପରେ ଥୋଇବା ସମୟରେ ଅଭିନନ୍ଦନ ପଚାରିଲେ,”କେତେ ପଡିଲା?”
ଆଜ୍ଞା 480 ଟଙ୍କା।
ଆଉ 20 ଟଙ୍କା?
ଥରିଲା କଣ୍ଠରେ ଚାକର କହିଲା,”ଆଜ୍ଞା, ଆସିଲା ବେଳେ ଛୋଟ ଝିଅଟି ମୋର କହିଥିଲା,ବାପା ମୋ ପାଇଁ ଗୁପଚୁପ ଆଣିଦେବ, ପଇସା ନଥିଲା ତେଣୁ—-‘,
କଣ ଟଙ୍କା ଗୁଡାକ ଗଛରେ ଫଳୁଛି ବୋଲି କହି ଦେବାକୁ ଉଦ୍ୟତ ହେଉଥିବା ବେଳେ ବହିଥାକ ଭିତରୁ ଖସିପଡ଼ିଲା ବାପା ଙ୍କର ସେହି ପୁରୁଣା ବୁର୍ଲା କୁ ଦେଇଥିବା ଶେଷ ଚିଠିଟି।
ମନେ ପଡିଗଲା ଅବିନାଶ କଥା। ଚିଠି ଟିକୁ ତଳୁ ଉଠାଉ ଉଠାଉ ଆଖିରୁ ଝରି ଆସିଲା ଦୁଇବୁନ୍ଦା ଲୁହ ।
ଓଃ ସେଦିନ ଥିଲା ବାପା ଙ୍କ ପଇସା, ଆଉ ଆଜି ନିଜ ପଇସା। ତଫାତ ଏତିକ ।କଣ ଟଙ୍କା ଗଛ ରେ ଫଳୁଛି ଉକ୍ତି ଟାକୁ ଢ଼ୋକି ନେଉ ନେଉ ଅଭିନନ୍ଦନ ଥରିଲା କଣ୍ଠରେ ଆଉ 100ଟଙ୍କା ଚାକର ହାତକୁ ବଢ଼ାଇ ଦେଇ ଅଭିନନ୍ଦନ କହିଲେ,”ନିଅ ତୁମ ପିଲାଙ୍କ ପାଇଁ କଣ କିଣି ନେଇଯିବ”।
ଚିଠିଟି କୁ push back chair ରେ ବସି ଆଉ ଥରେ ଚିଠି ଟିକୁ ପଢିଲା ବେଳେ ଲାଗୁଥିଲା ଚିଠିଟି ସତେ ଯେପରି ଜୀବନ ର କଥା ବର୍ଣ୍ଣନା କରୁଛି। ଚିଠି ଟିକୁ ଛାତି ଉପରେ ଜାବୁଡ଼ି ଧରିଥିବା ବେଳେ ବାପା ଯେପରି କହୁଛନ୍ତି ଜୀବନ ର କଥା, “ଅନ୍ୟକୁ ଦୟା ଦେଖାଅ।”
ସିଦ୍ଧି ପ୍ରସାଦ ସାହୁ