ଅପରିବର୍ତ୍ତିତ

0

ମୋ ଗାଁ ରଙ୍ଗ ଆଜି ବଦଳିଗଲାଣି
ବଦଳୁଛି ତାର ଶୋଭା
ଗାଁ ଗ୍ରାମଶିରୀ ପୀଢ ବଦଳିଛି
ଛାତ ପଡି ମନଲୋଭା ।।
ନଭଶ୍ଚୁମୀ ଗଛ ସେମିତି ରହିଛି
ଉଦ୍ଦାମ ସେ ମାଟି ଘୋଡା
ପଥର ଭିତରେ ମାଆ ଙ୍କୁ ଦର୍ଶନେ
ମନୁ ହଟିଯାଏ ପୀଡା ।।


ମୋ ଗାଁ ରଙ୍ଗ ଆଜି ବଦଳି ଗଲାଣି
ବଦଳୁଛି ତାର ଶୋଭା
ମୋ ଗାଁ ଚଉପାଢ଼ୀ ଛପର ଘରଟି
ଅଟ୍ଟାଳିକା ପରି ଆଭା ।।
ସେହି ରାଧାକୃଷ୍ଣ ପୂଜା ପାଉଛନ୍ତି
ସେହି ମନ୍ତ୍ରେ ନିନାଦିତ
ଘରୁ ଗୋଡ଼ କାଢି ଯୁଆଡେ ବି ଗଲେ
ଢାଳେ କୋଟି ପ୍ରଣିପାତ ।।


ରାସ୍ତା ବଦଳିଛି ଘର ବଦଳିଛି
ବଦଳିଛି ଏ ସଭ୍ୟତା
ସଂସ୍କୃତି କିନ୍ତୁ ସେମିତି ରଖିଲେ
ମନ ରେ ନଥିବ ଚିନ୍ତା ।।

ସିଦ୍ଧି ପ୍ରସାଦ ସାହୁ

Leave A Reply

Your email address will not be published.

sixteen − eight =