ସବୁ ଠିକ ଚାଲିଛି ତ ?
କରନ୍ତି ନି କେବେ ବାକି
ଆଗେ ଅର୍ଥ ଦେଇ ଭୋଟ ନିଅନ୍ତି
ସେମାନେ ନୁହଁନ୍ତି ଭୋଗୀ ।।
ଭୋଟର ଈଶ୍ୱର କରି ଦଣ୍ଡବତ
ମିଠା ମିଠା କଥା କୁହନ୍ତି
ରାଗ ଅଭିମାନ ତାଙ୍କଠାରେ ନାହିଁ
ମୁରୁକି ମୁରୁକି ହସନ୍ତି ।।
ଏକୋଇଶା ଆଉ ଦଶାହ କର୍ମରେ
ସବୁ ଭୋଜି କୁ ସେ ଯାଆନ୍ତି
କଳସ ଯାତ୍ରାରେ ପଗଡ଼ି ଭିଡିଣ
ଅଳସୀ ଙ୍କ ପରି ଚାଲନ୍ତି ।।
ଆଇନ ର ସେହି ପ୍ରଣୟନ ଗୃହେ
ପାଟି ସିନା ଟିକେ ଫିଟେନି
ତାଳ ଝାଞ୍ଜ ଧରି ମାଇକି କୁ ଭାଙ୍ଗି
ଘରକୁ ଚଳାଇ ଦିଅନ୍ତିନି ।।
କକ୍ଷରେ ତର୍କ ର ହତା ମାଡନ୍ତିନି
ମୋବାଇଲ ଚଳାଇ ଦେଖନ୍ତି
ଲଙ୍ଗଳା ଫୋଟୋ କୁ ଆନନ୍ଦରେ ଦେଖି
ମୁରୁକି ମୁରୁକି ହସନ୍ତି ।।
ବିଜ୍ଞ ବ୍ୟକ୍ତି ଆଜି ନିରବ ରେ ବସି
ମନେ ମନେ କେତେ ଭାବୁଛି
କିଛି ସେ ନକହି ନିଜକୁ ପଚାରେ
ସବୁ କଣ ଠିକ ଚାଲିଛି ?
ସିଦ୍ଧି ପ୍ରସାଦ ସାହୁ