ଅନ୍ତର୍ଦାହ

0

ଫୁଲଟିଏ ବୋଲି
ବୁଝିଲନି ବ୍ୟଥା ମୋ ଅନ୍ତର୍ମନର……
ନର ପିଶାଚ ପରି
ଝୁଣି ଶୋଷିନେଲ
ମୋ ଦେହର ତଟକା ତଟକା
ରକ୍ତ ଯେତେ…….
କୋମଳ ସତେଜ ଅଙ୍ଗକୁ
ମଧୁଶୂନ୍ୟ କରି
ବିଭୋର ହୁଅ ତୁମେ
ଚୁମି ଚୁମି ଥରକୁ ଥର।


ଆଉ ମୁଁ……
ଅସହ୍ୟ ଅବ୍ୟକ୍ତ ଅଶ୍ଵସ୍ତିରେ
ହେଉଥାଏ ଛଟପଟ,
ଦୋହଲି ଯାଏ ମୋ କୁମାରୀତ୍ୱ
ବାରଂବାର କ୍ଷତାକ୍ତ ହୁଏ
ମୋ ହୃଦୟତନ୍ତ୍ରୀ ।
ଜୀବନଟା ମୋର
ଲଟକିଥାଏ ଦୁର୍ବଳ ଡେମ୍ଫରେ
ଠିକ୍ ସ°ଜ୍ଞାହୀନା ଧର୍ଷିତା ନାରୀଟି ଭଳି ।
ସୁଗନ୍ଧ ଏଡି ନ ପାରି
ଆସ ତୁମେ
ମତୁଆଲା ହୋଇ
ଭିଡି ଧର ତୁମ ଛାତିରେ
ଆଙ୍କି ଦିଅ ଚୁମ୍ବନ କେତେ…..
ମଜ୍ଜିଯାଅ ମୋ ଯୌବନର ସ୍ଵାଦରେ ।


ତଥାପି ବଞ୍ଚିଛି ମୁଁ……
ସେହି ଅନନ୍ତ ପ୍ରତୀକ୍ଷାରେ
କେବେ ସେ ସୌଭାଗ୍ୟ ଆସିବ !
ଅଜାଡ଼ି ଦେବି ମୋ ନିଜକୁ
ପରମପୁରୁଷ ଚରଣାବିନ୍ଦରେ…..!

ଖୁଲଣା ନାୟକ, ଆଚାର୍ଯ୍ୟା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ଦୀପଶିଖା ,ଏନଟିପିସି ,କଣିହାଁ,ଅନୁଗୋଳ

Leave A Reply

Your email address will not be published.