ମଣିଷ ଗଛ ଲଗାଇ ଦେବୁ
ନରଖି ମନେ ଆଶ ।
ଆଶା ରଖିଲେ ନିରାଶ ହେବୁ
ପାଇବୁ ଶେଷେ ବିଷ ।
ମଣିଷ ଗଛ——-ଆଶ।
ସେହି ଗଛରେ ସ୍ନେହ ର ପାଣି
ସଦା ତୁ ଢାଳି ଦେବୁ,
ବିଶ୍ୱାସ ଫଳ ସଦା ଫଳିବ
କେତେ ତୁ ସେଠୁ ନେବୁ ।
ମଣିଷ ଗଛ——-ଆଶ।
ସେହି ଗଛରେ ସମ୍ପର୍କ ବାଡ଼
ଯେବେ ତୁ ବାଡ଼ ଦେବୁ
ଆନନ୍ଦ ଫଳ ସଦା ଫଳିବ
ଅନ୍ୟ କୁ ବାଣ୍ଟୁଥିବୁ ।
ମଣିଷ ଗଛ —– ଆଶ ।
ବିଶ୍ୱାସ ସାର ଯୋଗାଡ଼ କରି
ମୂଳେ ଯତନେ ଦେବୁ
ସୁମିଷ୍ଟ ଫଳ ଆନନ୍ଦେ ନେବୁ
କେତେ ତୁ ଭୁଂଜୁଥିବୁ।
ମଣିଷ ଗଛ ——-ଆଶ ।
ସିଦ୍ଧି ପ୍ରସାଦ ସାହୁ