ଚାଲିବାରେ ଏଠି ଏତେ କଷ୍ଟ ବୋଲି
ଜାଣୁଚି ଆଜି ମୁଁ ବେଶି
ହସ ମୋର ପୁଣି ଲୁହ ପାଲଟିବ,
ବୁଝୁଚି ଆଜି ମୁଁ ବେଶି ! ୧ !
ଭାବ କେତେ ଦୂର କେତେ ପାଖ ଅଛି
ମାପୁଚି ଆଜି ମୁଁ କଷି
କଥା ସରୁନାହିଁ ବ୍ୟଥା ମାଡ଼ିଯାଏ
କାଶୁଚି ଆଜି ମୁଁ ବେଶି ! ୨ !
ପ୍ରିୟ ନାଆଁ ଆଉ ମନେ ଆଣୁନାହିଁ
ଲାଗୁଚି ଆଜି ମୁଁ ଦୋଷୀ
ଭଲ ପାଇବାରେ ଛଳ ଜାଣିଲିନି
ଜଳୁଚି ଆଜି ମୁଁ ବେଶି ! ୩ !
ମାୟା ଦୁନିଆରେ କାୟା ହୋଇ ନିଜେ
ଖୋଜୁଚି ଆଜି ମୁଁ ଖୁସି
ସବୁ ହାତଛଡ଼ା ଭାଗ୍ୟ ଦୋଷ ଦେଲେ
ହାରୁଚି ଆଜି ମୁଁ ବେଶି ! ୪ !
‘ତାରା’ କହିବାଟା ଭୁଲ୍ ବୁଝିବନି
ଲେଖୁଚି ଆଜି ମୁଁ ରୁଷି
ଶାନ୍ତି ଶୋଇବାକୁ ମରଣଟା ଶେଷ
ଇଛୁଚି ଆଜି ମୁଁ ବେଶି ! ୫ !
ତାରାପ୍ରସାଦ ଜେନା
ରଣପୁର(ଗୋଡ଼ିପାଟଣା ସାହି),ନୟାଗଡ଼