ଛୋଟ ଆମ ସଂସାର

0

ଛୋଟ ଆମ ସଂସାର
ପ୍ରଭୂ ଦୟାରେ-ହସ ଖୁସିରେ
ଦିନ କଟୁଛି ଆମର. !

ରତନ ଦୁଇ ଆମରି ପାଇଁ
ଦେଇ ଅଛନ୍ତି ଜଗତ ସାଇଁ
ରମା ଓ ଉମା-ଲକ୍ଷ୍ମୀ ପ୍ରତିମା
ଘର ଲାଗୁଛି ସୁନ୍ଦର. !

ମନକୁ କରି ନାହିଁ ନିଉନ
ନାହାଁନ୍ତି ବୋଲି ପୁତ୍ର ସନ୍ତାନ
ଖେଳ କୁଦରେ-ପାଠ ପଢ଼ାରେ
ଝିଅ ମୋ ଏକ ନମ୍ବର. !

ମନରେ କେତେ ଆଶା ରଖିଛି
ଝିଅଙ୍କୁ ନେଇ ସ୍ବପ୍ନ ଦେଖୁଛି
ସପନ ଦିନେ-ସତ ହୋଇବ
ଯୋଗ୍ୟତା ଅଛି ତାଙ୍କର !

ରାଜନୀତି ଓ ଯୁଦ୍ଧ ପଡିଆ
ସବୁ କ୍ଷେତ୍ରରେ ଝିଅ ଆଗୁଆ
ଶିକ୍ଷ୍ୟା ସଂସ୍କୃତି-ସାହିତ୍ୟ ପ୍ରୀତି
ସବୁଠି ମିଳେ ଆଦର. !

ଜଗଦୀଶ ସାହୁ
ସଞ୍ଜପଡା,ହିନ୍ଦୋଳ,ଢେଙ୍କାନାଳ

Leave A Reply

Your email address will not be published.