ପରଶ୍ରୀକାତର

0

ଅନ୍ୟର ସୁଖରେ ଦୁଃଖ କରେ ଯିଏ
ପରଶ୍ରୀ କାତର ସିଏ
ଆଜି ନ ହେଲେ ବି କାଲିକି ନିଶ୍ଚୟ
ଦୁଃଖ କଷ୍ଟ ଭୋଗିଥାଏ
ଏପରି ଜନକୁ ସନ୍ତୁଷ୍ଟ ନ ହୋଇ
ପ୍ରଭୁ ବହୁ ଦୁଃଖ ଦେବେ
ସେଥିପାଇଁ ଇର୍ଷା କରନାହିଁ ଦେଖି
ଅନ୍ୟ ର ଆନନ୍ଦ କେବେ
ପରକୁ ସାହାଯ୍ୟଦେଲେ ସୁଖ ଢାଳି
ହୋଇବେ ମାନବ ଦେବ
ଏପରି ଗୁଣର ବ୍ୟକ୍ତିଟିଏ ଜାଣ
ଯୁଗେ ଯୁଗେ ରହିଥିବ
ପର ଦୁଃଖେ ଦୁଃଖୀ ପର
ସୁଖେ ସୁଖୀ
ହୋଇଯାଏ ଯେଉଁ ଜନ
ସର୍ବଦା ଆଶିଷ ଦିଅନ୍ତି ତାହାକୁ
ଦୟାମୟ ଭଗବାନ ।

ଶ୍ରୀକାନ୍ତ କୁମାର ମିଶ୍ର
କଣିହାଁ ,ଅନୁଗୋଳ

Leave A Reply

Your email address will not be published.

fourteen − eight =