ଦରିଆ ପାରିରୁ ଆସୁଥିଲା ଆସୁ
ଅଛି ମଉସୁମୀ ଆଜି
ଦାରୁଣ ନିଦାଘ ଦାଉ ସାଧୁଥୁଲା
ବୁଦ୍ଧି ଯିବ ତାର ହଜି ।
କଳା ହାଣ୍ଡିଆ ଯା ମେଘ ଭାସି ଆସି
ବରଷାରେ ଦେବ ହସ
ମାଆ ମାଟି ସାଥେ ଯେତେଛନ୍ତି ଜୀବ
ସଭିଏ ହେବେ ହରଷ ।
ଜୀଆ ମଣକର ବିକଟାଳ ସ୍ଵର
ଦଶ ଦିଗ କପି ଯାଏ
ସବୁଜ ପ୍ରାନ୍ତରେ ସାଧବ ବୋହୁର
ଥିରି ଚାଲି ମନ ମୋହ ।
ଚାଷ ପାଇଁ ବେଶୀ ଚାଷୀ ଭାଇ ଖୁସି
ମଉସୁମୀ ଯେବେ ଆସେ
ପାଇ ବାରିଧାରା ଧରଣୀ ମା ‘ ପରା
ସୁନ୍ଦର ଆହା ଦିଶେ ।
ଦୁର୍ଯ୍ୟୋଧନ ଭୂତିଆ
ଛେଣ୍ଡିପଦା