ୱର୍କ ଫର୍ମ ହୋମ

0

ସେଦିନ ବିଲ ରୁ ଫେରି ଝାଳ ବୁହା ଅବଶ ଶରୀର ଟାକୁ ଦଣ୍ଡ ଦୁଆର ମାଟି ପିଣ୍ଡା ଉପରେ ଗଡେଇ ଦେଉ ଦେଉ ସ୍ତ୍ରୀ ମଳବିକା ଓ ପୁଅ ରାକେଶ ହସ ହସ ବଦନ ରେ ଧାଇଁ ଆସିଲେ ରାଜନ ପାଖକୁ ।ମାଆ ପୁଅ ଙ୍କର ହସ ହସ ମୁହଁ ଦେଖି ରାଜନ ମଧ୍ୟ ଟିକେ ହସି ଦେଇ ଚିନ୍ତା କଲେ,”ସତରେ ମୋର ଏ ମାଟି ଘର ଟି ବି ମୋ ପାଇଁ ସ୍ୱର୍ଗ ।” ରାଜନ ର ମୁହଁ କୁ ମାଳବିକା ଟିକେ ଚାହିଁ ହସି ଦେଇ କହିଲେ,”ଆମ ରାକେଶ ର ଚାକିରୀ ହୋଇଯାଇଛି।” ମାଳବିକା ଓ ରାକେଶ ର ମୁହଁ କୁ ବଲବଲ କରି ରାଜନ କହିଲା,”ଆରେ ଉପର ବେଳା ଚାରିଟା ପରେ ଡାକ ପିଅନ ଚିଠି ଆଣି ଦିଏ । ଏମିତି ଅବେଳ ରେ ଆଜି ଡାକ ବାଲା କିପରି ଚିଠି ଆଣିଦେଲା ।”ବାପାଙ୍କ ଭ୍ରମ କୁ ରାକେଶ ଠିକ ବୁଝିପାରି ନିଜ mobile ବାହାର କରି କହିଲା,”ବାପା,ଏଇ mobile ରେ ମୋର ଚାକିରୀ ରେ ଯୋଗ ଦେବା ଚିଠି ଆସିଛି କହୁ କହୁ ରାକେଶ ନିଜ mobile କୁ ଆଣି ବାପା ଙ୍କୁ ଦେଖାଇଲା।” ରାଜନ ଭଗବାନଙ୍କ ଉଦ୍ଦେଶ୍ୟ ରେ ଦୁଇ ହାତ ଯୋଡି ଦେଇ ମନେ ମନେ ଭଗବାନ ଙ୍କୁ ନିଜର କୃତଜ୍ଞତା ଜଣାଉ ଜଣାଉ କହିଲେ,”ଆରେ ବାବା ମୁଁ କଣ ସେ ଇଂରାଜୀ ପାଠ ଜାଣିଛି। କଣ ହୋଇଛି ମୋତେ ବୁଝାଇ କହ?”
ରାକେଶ କହିଲା,” ବାପା ମୋର ମୋର tcs ltd ରେ ଚାକିରୀ ହୋଇଛି।ପୃଥିବୀର ବଡ଼ ବଡ଼ କମ୍ପାନୀ ମାନଙ୍କ ମଧ୍ୟରୁ ଏ ହେଉଛି ଗୋଟିଏ ।” ରାଜନ ଖୁସି ରେ ପୁଣିଥରେ ଦୁଇ ହାତ ଭଗବାନ ଙ୍କ ଉଦ୍ଦେଶ୍ୟରେ ଯୋଡି ଦେଇ କହିଲେ ,”ଯାହା ହେଉ ଖରା ବର୍ଷା ଶୀତ ଓ କାକର କୁ ଏକ କରି ମୁଁ ଯେଉଁ ବିଲ ରେ ଖଟୁଥିଲି ଭଗବାନ ମୋ ପ୍ରାର୍ଥନା ଶୁଣିଲେ।” ଖୁସି ର ଲୁହ ଗୁଡାକୁ ନିଜର ଝାଲୁଆ ପୁଛା ରେ ପୋଛି ଦେଉ ଦେଉ ରାଜନ ପଚାରିଲା,”ବାବା ତୁ କେଉଁଠାରେ ତୋ ଚାକିରୀରେ ଯୋଗଦାନ କରିବୁ?”ରାକେଶ କହିଲା ,”ବାପା, ମୁଁ ଓଡ଼ିଶା ବାହାରେ ବାଙ୍ଗାଲୋର ରେ ଚାକିରୀ  କରିବି “। ଓଡ଼ିଶା ବାହାର କଥା ଶୁଣି ରାଜନ ର ଆଖିରୁ ଝରୁଥିବା ଆନନ୍ଦାଶ୍ରୁ ଗୁଡାକ ଲାଗିଲା ସତେ ଯେପରି ଲାଭା ରେ ପରିଣତ ହୋଇଯାଇଛି।
                 ସ୍ୱାମୀ ଙ୍କର ଏପରି ଗୁମସୁମ ଅବସ୍ଥା ଦେଖି ମାଳବିକା କହିଲେ,” ଯେଉଁ ଗଛର ମଞ୍ଜି ଯେତିକି ଦୂର ରେ ପଡେ ସେ ମଞ୍ଜି ରୁ ଉତ୍ପନ୍ନ ଗଛ ସେତେ ସୁନ୍ଦର ହୁଏ,ଆଉ ଯେଉଁ ଗଛ ର ମଞ୍ଜି ସେହି ଗଛ ମୂଳେ ପଡେ ସେ ଗଛ ସେତେ ଭଲ ହୁଏନାହିଁ । ଠିକ ସେହିପରି ପୁଅ କୁ ଯଦି ଘର ଏରୁଣ୍ଡି ବନ୍ଧ ଡେଇଁବାକୁ ଦେବା ନାହିଁ ସେ କିପରି ଦେଶ ଦୁନିଆଁ କଥା ଜାଣିବ? ସେ କିପରି ଜ୍ଞାନ ଅର୍ଜନ କରିବ?ତାପରେ mobile ରେ ଆମେ ପୁଅ ସହିତ ପ୍ରତ୍ୟକ ଦିନ କଥା ହେବା,ପୁଅକୁ ଦେଖିବା ମଧ୍ୟ ।”ବାପା ଙ୍କୁ ଆଉଟିକେ ପ୍ରବୋଧନା ଦେବାକୁ ଯାଇ ରାକେଶ କହିଲା,”ବାପା, ବର୍ତ୍ତମାନର କରୋନା ସମୟରେ ମୁଁ ଘରେ ଥାଇ କାମ କରିବି ଓ ମାସ କୁ ଦରମା ମଧ୍ୟ ପାଇବି।ଏହିପରି ମୁଁ ଛ’ମାସ ଘରେ ରହିବି ।ଏହାକୁ କହନ୍ତି,work from home ।”
               ରାକେଶ ର କଥା ଶୁଣି ରାଜନ ପୁଅର ମୁଣ୍ଡକୁ ଆଉଁଶି ଦେଉ ଦେଉ କହିଲା,”ତୁ ସତ କହୁଛୁ ତ ବାବା? ବାଙ୍ଗାଲୋର ରେ ତୁମ ଅଫିସ, ଏ ବଣ ଜଙ୍ଗଲ ଘେରା ବେଲଘର ତୋ ଗାଁ ।ତୁ ଏଠାରୁ ଥାଇ କିପରି କାମ କରିବୁ ପୁଣି ମାସ କୁ ମାସ ଦରମା ପାଇବୁ?”
                ରାକେଶ କହିଲା,”  ହଁ ବାପା ଏଇ mobile ଓ ଲାପଟପ ରେ କାମ କରିବି।ଯେପରି ଆମ ଗାଁ ର ସ୍କୁଲ କଲେଜ ବନ୍ଦ ଅଛି କିନ୍ତୁ ଶିକ୍ଷକ ମାନେ ଘରେ ଥାଇ ପାଠ ପଢ଼ାଉଛନ୍ତି ଓ ଛାତ୍ରଛାତ୍ରୀ ମାନେ ଘରେ ଥାଇ ପାଠ ପଢୁଛନ୍ତି ।କେହି କର୍ମ କ୍ଷେତ୍ର କୁ ନଯାଇ ମଧ୍ୟ ଘରେ ଥାଇ କାମ କରୁଛନ୍ତି।ଏହାକୁ କୁହାଯାଏ ୱାର୍କ ଫ୍ରମ ହୋମ ।”
                       ରାଜନ ସବୁ ବୁଝି ପାରିଲା ପରି କହିଲା, “ସତରେ ତୁମ ବିଜ୍ଞାନ କେତେ ଉନ୍ନତି ନ କରିଛି !” ରାଜନ ତାର ଶିରାଳ ହାତ ଦୁଇଟାକୁ ଉପରକୁ ଟେକି କହିଲା,”ପୁଅ ତୁମ ବିଜ୍ଞାନ ହେଲେ କେବେ ଏପରି କିଛି କିମିଆଁ କରନ୍ତା ଯେପରି ମୋ ପରି ମାଟିର ମଣିଷ ଗୁଡାକ ଆଉ ହନ୍ତସନ୍ତ ହୁଅନ୍ତୁ ନାହିଁ। ଆମେ ମଧ୍ୟ ଆମ କର୍ମ କ୍ଷେତ୍ର ଚାଷ ଜମି କୁ ନଯାଇ” ୱର୍କ ଫର୍ମ ହୋମ” କରନ୍ତୁ।
                ରାକେଶ କଣ କହିବ କିଛି ବୁଝି ନ ପାରୁଥିବା ବେଳେ, ମାଳବିକା କହିଲେ,”ନା ନା ଯେଉଁଦିନ ଏପରି ଘଟିବ ଏ ସୃଷ୍ଟି ଧ୍ବଂସ ପାଇଯିବ।ଏହିପରି ଶିରାଳ ହାତ ଦ୍ୱାରା ସୃଷ୍ଟ ଖାଦ୍ୟ ଖାଇ ଶହ ଶହ ବୈଜ୍ଞାନିକ, ଡାକ୍ତର ସୃଷ୍ଟି ହୋଇପାରିବେ ।କାହାପାଇଁ ୱର୍କ ଫର୍ମ ହୋମ ଆଶୀର୍ବାଦ ହୋଇ ପାରେ କିନ୍ତୁ କୃଷି ଓ କୃଷକ ପାଇଁ ୱର୍କ ଫର୍ମ ହୋମ ଅଭିଶାପ ଅଟେ।”


      ସିଦ୍ଧି ପ୍ରସାଦ ସାହୁ
 

Leave A Reply

Your email address will not be published.

one × 1 =