ଛାଇ

0

ଥକ୍କା ମାରିବି ବସିବାକୁ ଛାଇତ ମିଳିବ
ଘର ର ଛାତ ତଳୁ ତୋଟା ମାଳ ପର୍ଯ୍ୟନ୍ତ
ଛାଇ ଆଉ ଛାଇ
ହେଲେ ତା ପଣତ ଛାଇର ଶୀତଳ
ସେ ଛାଇରେ କାହିଁ l
ବଞ୍ଚିଥିବା ଯାଏ ତ ଶୁଣିବାକୁ ମିଳିବ
ଏକାଧିକ ସମ୍ପର୍କ ର ଶସ୍ତା ଶବ୍ଦ ମାନ
ବେଳେ ବେଳେ ହେବ ପୁଣି ତିକ୍ତ
ମମତା ରେ ଭରା ସେଇ ଏକ ମାତ୍ର ଶବ୍ଦ
ସେଥିରେ ତ ଭରିଛି ଅମୃତ l

ସିଏ ତ ପାଖରେ ଥିଲେ ପୃଥିବୀ ଟା ଛୋଟ ଦିଶେ
ତା ଡାକରେ ଆକାଶ ରୁ ଜହ୍ନ ଖସି ଆସେ
ହାତରେ ପଡୁକି ନ ପଡ଼ୁ
ଜୀବନ ଟା ଲାଗେ ଭାରି ସରସ ସୁନ୍ଦର
ସିଏ ତ ନଥିଲେ ଛେଉଣ୍ଡା ଟା ଭାବି
ଘର ଉପରେ ଉଡି ବୁଲନ୍ତି
ଚିଲ ଆଉ ଶାଗୁଣା
କାନ୍ଥ ବାଡ଼ ସେ ପାଖରେ ରଡି ଛାଡ଼ନ୍ତି
ବିଲୁଆ କୁକୁର I

ରତ୍ନପ୍ରଭା ବାଇ
ବଉଳ ଛକ ‘ ତାଳଚେର ଟାଉନ, ‘ଅନଗୁଳ

Leave A Reply

Your email address will not be published.

seven + 11 =