ଆଦର୍ଶ ବାଟ

0

ପିଲା ଦିନେ ତୋ’ ବୋଲ
ମାନି ଚଳୁଥିଲି
ପରଘରକୁ ପଠାଇଲୁ ଯେତେବେଳେ
ତୋ ଆଦର୍ଶ ବାଟ ବାଛି ନେଲି ,

ମଥାରେ ଓଢଣୀ ନ ଖୋଲୁଣୁ
ପାଦରେ ଅଳତା ନ ଲିଭୁଣୁ
ଏଠି ସବୁ ବାଣ୍ଟି ଖୁଣ୍ଟି ଦେଲି,

ବାଣ୍ଟି ଦେଲି ଟିକି ଟିକି କରି
ଅକ ପଟ ମନ ଆଉ
ଶୂକମଳ ଦେହ
ଅନ୍ତର ନିଗାଡ଼ି ପୁଣି ବାଣ୍ଟି ଦେଲି ପ୍ରେମରେ
ଶ୍ରଦ୍ଧା ସମ୍ମାନ ଶୁଭେଚ୍ଛା ମମତା ସେନେହ ,

ସତର୍କ ରେ ସବୁ ସମ୍ପର୍କ ସାଉଁଟି ସାଉଁଟି
ହୃଦୟ ଥାକରେ ଯତନେ ରଖିଲି ସାଇତି,

ସେବାର ସମୀଧ ଜାଳି
ତ୍ୟାଗର ଘୃତ କୁ ଢାଳି
ଜଞ୍ଜାଳ ଯଜ୍ଞ କୁଣ୍ଡରେ
ସବୁ ସୁଖକୁ ଆହୁତି ଦେଲି
ଏଇ ଦୁର୍ଲଭ ଜନମେ
କିଛି ପୁଣ୍ୟ ଅରଜିବି ବୋଲି ,

ତୁ ଜାଣିଛୁ ନା’ ମାଆ
ଏବେ ମୁଁ. କେତେ ନିଃସ୍ୱ
ପ୍ରତାରଣା ଜୁଇରେ
ମୋ ଅକପଟ ମନ
ଜଳି ପୋଡି ହୋଇଛି ପାଉଁଶ,

ଅସରା ଲୁହରେ, ଅମାନିଆ କୋହରେ
ଯେତକ ବିଶ୍ୱାସ ,

ମୁଁ. ଏବେ ଅନୁଭବ ଆଇନାରେ
ଦେଖୁଛି ଲୋ’ ‘ମାଆ ‘
ତୋ ଆଦର୍ଶ ବାଟରେ
କେତେ ଘାତ ପ୍ରତି ଘାତ
ଜୀବନର ଚଲାପଥ ଖାଲି,
କେବେ ପାଦ ଫୁଟି ଯାଏ କଣ୍ଟା,ତ.
କେବେ ପୁଣି
ତପ୍ତ ମରୁ ବାଲି I I

ରତ୍ନପ୍ରଭା ବାଇ
ବଉଳ ଛକ, ତାଳଚେର ଟାଉନ, ଅନଗୁଳ

Leave A Reply

Your email address will not be published.

eighteen − 14 =