ତୁମ ବାଡ଼ିରେ ଫୁଟିଲେ ଫୁଲ
ଆମଘରକୁ ବାସେ
ଆମ ଘରେ ଟିକି ପିଲାଟି
ତୁମ ଘରକୁ ଆସେ I
ଆମ ବାଡ଼ିର ଆମ୍ବ ଗଛ
ତୁମ ବାଡି଼କୁ ଛାଇ
ତୁମ ଗଛରେ କୋଇଲି ରାବ
ମୋ ଘରେ ଶୁଣୁଥାଇ
ତୁମ ଗାଆଁରେ ଯାତରା ହେଲେ
ଆମେ ହିଁ ଦେଖି ଯାଉ l
ଆମ ଗାଁ ରେ ପଢା ସାରିଲେ
ତୁମ ସ୍କୁଲ୍କୁ ଯାଉ I
ତୁମ ଗାଆଁରୁ ବାରିକ ଆସି
ଆମରି ସେବା କରେ
ଆମ ଗାଁଆର ପୂଜକ ନନା
ତୁମ ଗାଁ ପୂଜା କରେ
ଆମ ଗାଆଁର ସୁନା ଝିଅଟା
ତୁମରି ଗାଁଆ ବୋହୁ
ତୁମ ଗାଆଁରେ ବେଳ ଉଇଁଲେ
ଖୁସିରେ ଚାହିଁଥାଉ
ଆମ ଗାଆଁର ସନା ଗୁରୁଜୀ
ତୁମ ଗାଁ ଅବଧାନ
ତୁମ ଗାଁଆର ଡାକପିଅନ
ବାଣ୍ଟଇ ଚିଠି ମାନ l
ଆମ ଗାଁଆର ପନିପରିବା
ତୁମ ଗାଁ ହାଟେ ବିକୁ
ତୁମ ଗାଁଆରୁ ଜହ୍ନ ଉଠିଲେ
ଆମ ଗାଁ ଲୋକ ଦେଖୁ l
ଆମ ଓ ତୁମ ଦାନ ପ୍ରଦାନ
ଚାଲିଛି କେଉଁ କାଳୁ
ଆମ ଭିତରେ ସୀମିତ ହେଲେ
ଦୁଃଖରେ ସିନା ଚଳୁ l
ଧନେଶ୍ୱର ସାହୁ
ନାଲକୋ ନଗର,ଅନଗୁଳ