ଥଣ୍ଡା ଟିକେ ହେଲେ
କାଶ ଟିକେ ହେଲେ
କରୋନା, କରୋନା ଲାଗୁଛି I
ଥଣ୍ଡା ଛାଡ଼ିଗଲେ କାଶ ନ ହୋଇଲେ
ମନରେ ସାହସ ବାନ୍ଧୁଛି
ହାଟ ବଜାରରେ ଫରିବା ପରେ
ମନରେ ସନ୍ଦେହଆସୁଛି I
ଚଉଦ ଦିନଟି କଟିଯିବା ପରେ
ମନଟି ତାଜା ହଉଛି l
ଇୟୁଟ୍ୟୁବ ରେ ଡାକ୍ତରଙ୍କ କଥା
ମନରେ ସାହସ ଓ ଭୟ ଭରୁଛି
ଡାଇବେଟିସ ଓ ବିପି ଚେକ କରି
ମଣିଷ ନୟାନ୍ତ ହଉଛି l
ସମ୍ବାଦ ପତ୍ରରେ ବଡ଼ ବଡ଼ିଆଙ୍କ
ଦେହାନ୍ତ ଖବର
ମନ ଫିକା କରି ଦେଉଛି l
ତଥାପି ମଣିଷ ବଞ୍ଚିବା ପାଇଁ କି
ସଂଗ୍ରାମ ଜାରି ରଖିଛି l
ଦିଲ୍ଲୀପ କୁମାର ବଡ଼ପଣ୍ଡା
କ୍ୱାଟରସ -ଇ-୪
ୟୁନିଟ-୮
ଭୁବନେଶ୍ୱର